Odisha news

ବିପର୍ଯ୍ୟୟ ସ୍ୱାସ୍ଥ୍ୟସେବା ସୁଧାରିବା ପାଇଁ ଅଣ୍ଟା ଭିଡିଲା ଭଞ୍ଜସେନା : ଜିଲ୍ଲାପାଳ ଓ ରାଇରଙ୍ଗପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲାର ବିପର୍ଯ୍ୟୟ ସ୍ୱାସ୍ଥ୍ୟସେବାକୁ ସୁଧାରିବା ଦାବିରେ ଅଣ୍ଟା ଭିଡିଛି ଭଞ୍ଜସେନା । ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ସହ ଜିଲ୍ଲାର ସମସ୍ତ ଉପଖଣ୍ଡର ମୁଖ୍ୟଚିକିତ୍ସାଳୟ ଗୁଡିକ ସହ ୨୬ଗୋଟି ବ୍ଲକରେ ଥିବା ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଭାବୀ ଡାକ୍ତର, କର୍ମଚାରୀ ଓ ଆନୁସଙ୍ଗିକ ସୁବିଧା ପ୍ରଦାନ କରିବା ପାଇଁ ଦୀର୍ଘଦିନ ଧରି ଭଞ୍ଜସେନା ଦାବି କରିଆସୁଅଛି । ଏହି ପରିପ୍ରେକ୍ଷୀରେ ଭଞ୍ଜସେନା ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଉପାୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଯଦି ଆଗାମୀ ଦିନରେ ଜିଲ୍ଲାର ସ୍ୱାସ୍ଥ୍ୟସେବା ପ୍ରତି ଜିଲ୍ଲାପ୍ରଶାସନ, ଜିଲ୍ଲାର ସମସ୍ତ ବିଧାୟକ, ସାଂସଦ ଏବଂ ରାଜ୍ୟସରକାର କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ସଂଗଠନ ପକ୍ଷରୁ ଆନେ୍ଦାଳନାତ୍ମକ ପନ୍ଥା ଅବଲମ୍ବନ କରାଯିବା ସହ ଜିଲ୍ଲାର ସମସ୍ତ ଅପାରଗ ବିଧାୟକ ଓ ସାଂସଦଙ୍କ ଘର ସମ୍ମୁଖରେ ଧାରଣା ଦେବାକୁ ସଂଗଠନ ବାଧ୍ୟ ହେବ ବୋଲି ଚେତାବନୀ ଦିଆଯାଇଛି ।

ଏହି କାର୍ଯ୍ୟକ୍ରମ ଭଞ୍ଜସେନା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ଯୁବଛାତ୍ର ସଂଯୋଜକ ରାକେଶ ବେହେରା, ଶାମନ୍ତ ଶେଖର ପାଲ, ପ୍ରଶାନ୍ତ ମହାକୁଡ, ଜିତୁ ଶିବାନନ୍ଦ, ମାନସ ବେହେରା, ରାକେଶ ମହାନ୍ତି, ସୌମ୍ୟରଞ୍ଜନ ମିଶ୍ର, ଏସକେ ରାଜାଖାନ୍, ରବିନ୍ଦ୍ର ସାହୁ, ଅମରେଶ କୁମାର ସିଂ, ରତୀକାନ୍ତ ଦାସ, ସୌମ୍ୟରଞ୍ଜନ ସାହୁ, ସଞ୍ଜୟ ମହାନ୍ତ, ଶମ୍ଭୁନାଥ ରଣା, ସ୍ୱପ୍ନଜିତ୍ ସାହୁ, ଏମଡି ଇସ୍ରାଏଲ୍ ଓ ଦେବାଶିଷ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ସମାନ ଦାବି ସହ ରାଇରଙ୍ଗପୁର ହସ୍ପିଟାଲକୁ ସୁପର ସ୍ପେଷାଲିଷ୍ଟ ହସ୍ପିଟାଲ ମାନ୍ୟତା ଦାବିରେ ରାଇରଙ୍ଗପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ସଂଗଠନ ପକ୍ଷରୁ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି କାର୍ଯ୍ୟକ୍ରମ ସଂଗଠନ କାର୍ଯ୍ୟକାରୀ ଅଧ୍ୟକ୍ଷ ରାକେଶ ସିଂଙ୍କ ସହ ଉପାଧ୍ୟକ୍ଷ ଅଞ୍ଜନ ବରାଳ, ବାମନ୍ଘାଟି ଉପଖଣ୍ଡ ସଭାପତି ସୁମିତ ବଳ, ମୋହିତ ବିଶୋଇ ଓ ରଂଜିତ୍ ବେରା ପ୍ରମୁଖଙ୍କ ସହ ବହୁ କର୍ମକର୍ତ୍ତା ଯୋଗଦେଇଥିଲେ ବୋଲି ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି ସୂଚନା ଦେଇଛନ୍ତି ।

Leave A Reply