Odisha news

ବାରିପଦା : ଦଶମ ଶ୍ରେଣୀରେ ପ୍ରିନ୍ସ ପବ୍ଲିକ୍ ସ୍କୁଲର ଶତପ୍ରତିଶତ ସଫଳତା

0

ବାରିପଦା  : ପାଲବଣି ସ୍ଥିତ ପ୍ରିନ୍ସ ପବ୍ଲିକ ସ୍କୁଲ ଦଶମ ଶ୍ରେଣୀରେ ପୁଣି ଥରେ ସଫଳତା ଦୋହରାଇଛି । ଚଳିତବର୍ଷ ଶତକଡା ୧୦୦ ପ୍ରତିଶତ ଛାତ୍ରଛାତ୍ରୀ ସଫଳତାର ଉତ୍ତୀର୍ଣ୍ଣ ହୋଇଥିବାବେଳେ, ଅଧିକାଂଶ ପିଲା ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଅଛନ୍ତି । ଏହି ସ୍କୁଲର ଛାତ୍ରୀ ଲିପିକା ପ୍ରିୟଦର୍ଶିନୀ ଧଳ ଶତକଡା ୮୯ ପ୍ରତିଶତ ମାର୍କ ରଖି ଏହି ବିଦ୍ୟାଳୟରେ ପ୍ରଥମ ସ୍ଥାନ ହାସଲ କରି ଅଛନ୍ତି ।

ସେହିପରି ଭାବେ ବିଜୟ କୁମାର ରାମ ୮୬ ପ୍ରତିଶତ ଦ୍ୱିତୀୟ ସ୍ଥାନ ଓ ମାନସ ରଞ୍ଜନ ଭଞ୍ଜ ୮୫ ପ୍ରତିଶତ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ପୂର୍ବତନ ଜିଲ୍ଲା ଶିକ୍ଷାଅଧିକାରୀ ବିଜୟ କୁମାର ଘୋଷ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିବା ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନଙ୍କର କଠିନ ପରିଶ୍ରମକୁ ଭୂୟଶୀ ପ୍ରଶଂସା କରିଛନ୍ତି ।

 

 

 

 

Leave A Reply