ବାରଙ୍ଗ : ରବିବାର ବିଳମ୍ଭିତ ରାତିରେ ବଜ୍ରାଘାତରେ କୋଠାଘର ଫାଟିବାସହ ବିଦ୍ୟୁତ ସରଞ୍ଜାମ ପୋଡି ନଷ୍ଟ ହୋଇଯାଇଛି।ଏହାସହ ଦୁଇଜଣ ଆହତ ହୋଇଛନ୍ତି।ରତାଗଡ଼ ନୂଆସାହିର ଗୋଲଖ ସେନାପତି କୋଠାଘର ବଜ୍ରପାତ ହେବାରୁ ଘର ଫାଟିବା ସହ ପୁଷ୍ପଲତା ସେନାପତି ଓ ଝିଅଛୋଟ ସୁଜାତା ଆହତ ହୋଇଥିଲେ।ପୁଷ୍ପଲତା ସେନାପତିଙ୍କର ଗୋଟିଏ ପଟ ଗୋଡ଼ ଅଚଳ ହୋଇଯାଇ ଥିବାବେଳେ ଝିଅଛୋଟ ସୁଜାତା ଅଚେତ ହୋଇପଡିଥିଲା।ପରିବାର ଲୋକ ତାଙ୍କୁ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ।ବଜ୍ରପାତ ଯୋଗୁ ଘରେ ବିଦ୍ୟୁତ ଉପକରଣ ପୋଡି ଯାଇଛି।ସେହିଁଭଳିଭାବେ ବେଣ୍ଟକାରପଡା ଗାଁର ପୂର୍ଣଚନ୍ଦ୍ର ସ୍ୱାଇଁ ଓ ଦୀପକସ୍ୱାଇଁଙ୍କ କୋଠାଘର ଉପରେ ଲାଗିଥିବା ସୋଲାର ଇନଭେଟର କୁ ବଜ୍ରପାତ ହେବାରୁ ଘରଭିତରେ ଥିବା ଫ୍ୟାନ ଫ୍ରିଜ ,ଏସି ସବୁ ନଷ୍ଟ ହୋଇଯାଇଥିବାର ଜଣାପଡିଛି।