ବାରଙ୍ଗ : ମୁଣ୍ଡଳୀସ୍ଥିତ ଏନଡିଆରଏଫ୍ ୩ୟ ବାଟାଲିୟନ ଓ ଏହାର ଆଖପାଖ ଅଞ୍ଚଳରେ ଗତ କିଛି ଦିନ ହେବ ଆତଙ୍କ ସୃଷ୍ଟି କରିଥିବା ପାଗଳ ହନୁମାଙ୍କଡ ଶେଷରେ ଧରାପଡିଛି।ସୋମବାର ଦିନ ନନ୍ଦନକାନନ ଓ ଡମପଡା ବନବିଭାଗ କର୍ମଚାରୀମାନଙ୍କ ମିଳିତ ଉଦ୍ୟମରେ ଟ୍ର।ଙ୍କୁଲାଇଜ କରି ମାଙ୍କଡ଼କୁ ଧରିବାକୁ ସକ୍ଷମ ହୋଇଛନ୍ତି।
ଗତ କିଛିଦିନ ହେବ ପାଗଳ ହନୁମାଙ୍କଡ଼ଟି ଯାଉଥିବା ପଥଚାରିମାନଙ୍କୁ କାମୁଡ଼ିବାସହ ଏନଡିଆରଏଫ୍ ୩ୟ ବାଟାଲିୟନ କ୍ୟାମ୍ପସରେ ପଶି ୭ରୁ ଅଧିକ ଯବାନମାନଙ୍କୁ କାମୁଡିଥିଲା।ଯାହାକୁ ନେଇ ଜବାନମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।ଖବରପାଇ ପାଗଳ ହନୁ ମାଙ୍କଡ଼କୁ ଧରିବାପାଇ ଡମପଡା ବନବିଭାଗ ଯନ୍ତା ବସିଥିଲେ ମଧ୍ୟ ମାଙ୍କଡଟି ଧରାଦେଇ ନଥିଲା।ସୋମବାର ଦିନ ନନ୍ଦନ କାନନ କର୍ମଚାରୀମାନଙ୍କ ମିଳିତ ଉଦ୍ୟମରେ ପ୍ରାୟ ଦୁଇଘଣ୍ଟା କାଳ ପରିଶ୍ରମ କରିବାପରେ ମାଙ୍କଡ଼କୁ ଟ୍ରଙ୍କୁଳାଇଜ କରିବାରେ କର୍ମଚାରିମାନେ ସଫଳ ହୋଇଥିଲେ।ଏହାପରେ ପାଗଳ ମାଙ୍କଡ଼ଟିକୁ ବନ ବିଭାଗ ଚନ୍ଦକା ଡମପଡା ଅଭୟାରଣ୍ୟରେ ଛାଡି ଦେଇଥିବାର ଜଣାପଡିଛି।ସେପଟେ ଏନଡଇଆଏଫ କ୍ୟାମ୍ପସ ଭିତରୁ ହନୁମାଙ୍କଡ଼ ଉଦ୍ଧାର ପରେ ଯବାନ ମାନେ ଆଶ୍ୱସ୍ତି ଅନୁଭବ କରିଛନ୍ତି।