ବାରଙ୍ଗ : ସରକାରୀ ଚାକିରୀରୁ ଅବସରପରେ ମୁଣ୍ଡ ଗୁଞ୍ଜିବାକୁ କରିଥାନ୍ତେ ଘର । ହେଲେ ସ୍ବପ୍ନ ଏବେ ସ୍ବପ୍ନରେ ରହିଯାଇଛି । ନିଯୁକ୍ତି ବିଭାଗରେ ଚାକିରି କରି ଅବସର ନେଇଥିବା ଚନ୍ଦକା ଥାନା ଅନ୍ଧାରୁଆ ଗ୍ରାମର ଶିବ ଚରଣ ନାୟକ ଘର୍ ତିଆରି କରିବାକୁ ସାଆଁ ପୁର ମୌଜାରେ କିଣିଥିଲେ ଜମି । ହେଲେ ତାଙ୍କର କିଣିଥିବା ଜମି ନିକଟକୁ ଗଲେ ମିଳୁଛି ଧମକ । ସେଠାରେ ଦୁର୍ବୃତ ମାନେ ତାଙ୍କୁ ଧମକ ଚମକ ଦେଇ ମାରଣାସ୍ତ୍ରରେ ଆକ୍ରମଣ କରିବାକୁ ଗୋଡେଇ ଥିଲେ । ଯାହାକୁ ନେଇ ପୋଲିସ୍ ନିକଟରେ ଅଭିଯୋଗ କରିବାପରେ ପୋଲିସ୍ ଘଟଣାସ୍ଥଳରେ ପହଂଚି ସଂପୃକ୍ତ ଥିବା ଅଭିଯୁକ୍ତକୁ କାବୁ କରିବା ସହ ମାରଣାସ୍ତ୍ର ଜବତ୍ କରିଥିଲେ । ପରବର୍ତୀ ସମୟର ସଂପୃକ୍ତ ଥିବା ଅଭିଯୁକ୍ତକୁ ତାଗିଦ୍ ପରେ ଛାଡିଦିଆଯାଇଥିଲା । କିନ୍ତୁ ଏବେ ସେଠାରେ ଘର୍ ତିଆରି କରିବା ଶିବ ଚରଣ ନାୟକଙ୍କ ପାଇଁ କଷ୍ଟ ଦାୟକ ହୋଇପଡିଛି । ଗୋଟିଏ ପଟେ ଧମକ ଦିଆଯାଇଥିବାବେଳେ ଅନ୍ୟପଟେ ତାଙ୍କର ଏହି ରୋଗାକ୍ରାନ୍ତ ଶରୀର ଆହୁରି ଅସ୍ତବ୍ୟସ୍ତ କରିପକାଇଛି ।
ରୋଗ ପୀଡିତ ଥିବାରୁ ତାଙ୍କର ଘର୍ କରିବା ପାଇଁ ବହୁ ଉଚ୍ଚ ପଦସ୍ଥଅଧିକାରୀଙ୍କୁ ଅନୁରୋଧ କରିଛନ୍ତି । କିନ୍ତୁ କିଛି ଦୁର୍ବୃତ ମାନେ ତାଙ୍କୁ ବିଭିନ୍ନ ସମୟର ଧମକ ଚମକ ଦେଉଥିବା ଅଭିଯୋଗ ନେଇ ଥାନାରେ ଲିଖିତ ଆକାରରେ ଜଣାଇଛନ୍ତି । ସେଠାରେ ତିନି ଜଣ ବ୍ୟକ୍ତି ସେହି ଜମି କିଣିଥିବା କହି ତାଙ୍କ ଜମିରେ ଘର ନିର୍ମାଣ କରୁଥିବା ଅଭିଯୋଗ କରିଛନ୍ତି। ଏନେଇ ଶିବ ଚରଣ ତାଙ୍କ ଆଇନଜୀବୀ କବିରାଜ ସାହୁ ଙ୍କୁ ନେଇ ଭରତ ପୁର ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ । ହେଲେ ଥାନା ବାବୁ ଓ ଘଟଣା ର ତଦନ୍ତ ଅଧିକାରୀ ତାଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗ କରିଛନ୍ତି ।
ଶୁକ୍ରବାର ଦିନ ଅନ୍ଧାରୁଆ ରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି। ଶିବ ଚରଣ ଙ୍କ ଓକିଲ ଶ୍ରୀଯୁକ୍ତ ସାହୁ କହିଛନ୍ତି ସାଆଁ ପୁର ମୌଜାରେ ଥିବା ଜମିକୁ ୨୦୧୨ ମସିହାରେ ଶିବ ଚରଣ କିଣିଥିଲେ । ଏହି ଜମିକୁ ତିନି ଜଣ ବ୍ୟକ୍ତି ନିଜ ଜମି କହି ବେଆଇନ ଭାବେ ଘର ନିର୍ମାଣ କରୁଛନ୍ତି । ଥାନାର ଦ୍ବାରସ୍ଥ ହେବ ପରେ ଆଇନ ର ଆଶ୍ରୟ ହୋଇ ଉକ୍ତ ଜମି ଉପରେ ୧୪୪ଧାରା ଲାଗୁ ଅଛି । କିନ୍ତୁ ୧୪୪ଧାରା ଆଇନି କୁ ବେଖାତିର କରିବା ସହ ସେମାନଙ୍କୁ ପୋଲିସ ସହଯୋଗ କରୁଥିବା ଶ୍ରୀ ସାହୁ ଅଭିଯୋଗ କରିଛନ୍ତି । ଭରତ ପୁର ଥାନା ଅଧିକାରୀ ସେହି ଜାଗା କୁ ଗଲେ ବାନ୍ଧିବେ ବୋଲି ଜମି ର ମାଲିକ ଶିବ ଚରଣ ଅଭିଯୋଗ କରିଛନ୍ତି । ଏନେଇ ଡି ଜି ପି , ପୋଲିସ କମିଶନର, ଜିଲ୍ଲାପାଳ ଏବଂ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଦାବି ପତ୍ର ଦେବା ସହିତ କିଭଳି ଜମି ଫେରି ପାଇବେ ସେ ନେଇ ଗୁହାରି କରିବେ ବୋଲି କହିଛନ୍ତି ।
ଖାଲି ସେତିକି ନୁହେଁ , ଏହି ଘଟଣାରେ ପୋଲିସ ସେମାନଙ୍କୁ ଖୁଲମଖୁଲା ସମର୍ଥନ କରୁଥିବାରୁ ସେମାନଙ୍କ ବିରୁଦ୍ଧରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେନେଇ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କୁ ଜଣାଇବେ ବୋଲି ଆଇନଜୀବୀ କବିରାଜ ସାହୁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏନେଇ ଆମେ ଭରତପୁର ଥାନା ଅଧିକାରୀ ଙ୍କୁ ପଚାରିବାରୁ ସେ କହିଥିଲେ , ଆମେ ଆଇନ ପରଧି ଉପରେ ରହି କାମ କରିବୁ ସାଆଁ ପୁର ମୌଜାରେ ଥିବା ପ୍ରାୟ ଜମି ପଟ୍ଟା ହୋଇନାହିଁ ,ଯିଏ ଯୋଉ ଜମିରେ ରହିଛି ସିଏ ସେ ଜମିକୁ ନିଜର ବୋଲି କହୁଛି । ଏଥିରେ ଆମର କଣ ଭୂମିକା ରହିଲା । ଯଦି ସେ ଅଭିଯୋଗ କରିଛନ୍ତି ତାହେଲେ ୧୪୪ ର ଡକୁମେଣ୍ଟ ଆମକୁ ଦେଖନ୍ତୁ ଆମେ କାମ ବନ୍ଦ କରିବୁ । ପୋଲିସ ସବୁବେଳେ ଲୋକମାନଙ୍କ କାମ କରିବାକୁ ବସିଛି ବୋଲି କହିଛନ୍ତି ।