Odisha news

ଠାକୁରାଣୀ ଯାତ୍ରାରେ ମା’ଙ୍କ ଦର୍ଶନ କଲେ କନ୍ଧମାଳ ସାଂସଦ ଦେବୀଙ୍କ ଅସ୍ଥାୟୀ ମଣ୍ଡପ ନିକଟରେ ମହିଳା ପାଳିଲେ ସାବିତ୍ରୀ ବ୍ରତ

0

ଭଞ୍ଜନଗର,୧୯/୦୫ ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରା ଆଜି ୧୭ ଦିନରେ ପହଁଚିଛି | ଏହି ଯାତ୍ରା ୨୧ ଦିନ ଧରି ଚାଲିବ ଯାତ୍ରା ଶେଷ ହେବାକୁ ୬ ଦିନ ଥିବା ବେଳେ ଯାତ୍ରାରେ ଜନସମାଗମ ଦିନକୁ  ଦିନ ବଢ଼ିବାରେ ଲାଗିଛି | ପ୍ରତ୍ୟକ ଦିନ କବି ସମ୍ରାଟ ରଙ୍ଗ ମଞ୍ଚରେ ଓଡ଼ିଶାର ବିଭିନ୍ନ ନାମିଦାମୀ  କଳାକାର ଓ କଣ୍ଠଶିଳ୍ପୀଙ୍କ ଦ୍ୱାରା ନାଚ  ଗୀତ  ପରିବେଷଣ  କରାଯାଉଛି  | ଏଥିସହ  ମା’ଙ୍କ ନଗର  ପରିକ୍ରମା  ସମୟରେ ବିଭିନ୍ନ ପଟୁଆର ସାଙ୍ଗକୁ ଢ଼ୋଲ,ମହୁରୀ ,ଘଣ୍ଟଘଣ୍ଟାର ଶବ୍ଦରେ ସହର  ପ୍ରକମ୍ପିତ ହୋଇଥାଏ | ବିରାଟ ପଟୁଆର ଶୋଭାଯାତ୍ରାକୁ ଦେଖିବା ପାଇଁ ସନ୍ଧ୍ୟା ସମୟରେ ଲୋକଙ୍କ ଭିଡ ପରିଲକ୍ଷିତ ହେଉଛି | ଗତକାଲି ଗୁରୁବାର ଥିବାରୁ ମା’ଙ୍କ ବିଶ୍ରାମ ଥିବାବେଳେ  ଆଜି ସାବିତ୍ରୀ ଅମାବାସ୍ୟାରେ ଦୁଇ ଦେବୀ ବିଶ୍ରାମ ନେଇଛନ୍ତି | ପ୍ରତ୍ୟହ ସକାଳୁ ରୀତିନୀତି ଅନୁଯାୟୀ ସମସ୍ତ ପୂଜାକାର୍ଯ୍ୟ କରାଯାଉଛି | ମା’ଙ୍କୁ ଅସ୍ଥାୟୀ ମଣ୍ଡପରେ ଦର୍ଶନ ଲାଗି   ଭକ୍ତଙ୍କ  ଭିଡ ଜମୁଛି  ଆଜି ଅମାବାସ୍ୟା ହୋଇଥିବାରୁ  ସକାଳୁ ମହିଳା ମାନେ ମା’ଙ୍କ ଦର୍ଶନ କରିବା ସହ ଅସ୍ଥାୟୀ ମଣ୍ଡପ ନିକଟରେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି | ଦୀର୍ଘ ୬ ବର୍ଷ ପରେ ପୁଣି ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହୋଇଛି ଏହି ଯାତ୍ରା ସମୟରେ ଗୋଟିଏ ସଂକ୍ରାନ୍ତି ଏବଂ ସାବିତ୍ରୀ ଅମାବାସ୍ୟା ପଡିଥାଏ | ଅମାବାସ୍ୟାରେ ମହିଳା ମାନେ ମା’ଙ୍କ ପାଖେ ପୂଜାର୍ଚନା କରି ଅସ୍ଥାୟୀ ମଣ୍ଡପ ଠାରେ ବ୍ରତ ପାଳନ କରିଥାନ୍ତି | ଦୁଇ ଦେବୀଙ୍କୁ ଅମାବାସ୍ୟା ପୂଜା ନିମନ୍ତେ ନୂତନ ଲୁଗା ସହ ଫଳ ଓ ପୂଜା ପାଇଁ ଭାର ଆକାରରେ ପୂଜା କମିଟି ପକ୍ଷରୁ ଦିଆଯାଇଥାଏ ଏହି ଅସ୍ଥାୟୀ ମଣ୍ଡପ ଠାରେ ଦେବୀଙ୍କ ସାବିତ୍ରୀ ପୂଜା କରାଯାଇଥାଏ | ସେହିଭଳି ଆଜି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ସନ୍ଧ୍ୟା ସମୟରେ ଭଞ୍ଜନଗର ଗସ୍ତରେ ଆସି  ଅସ୍ଥାୟୀ ମଣ୍ଡପ  ନିକଟରେ ଦୁଇ ଦେବୀଙ୍କ ଦର୍ଶନ କରିଛନ୍ତି |ସାଂସଦଙ୍କ ସହ ସ୍ଥାନୀୟ ବିଧାୟକ ବିକ୍ରମ କେଶରୀ ଆରୁଖ, ନଗରପାଳ ଗୋପବନ୍ଧୁ ମହାପାତ୍ର, ଯାତ୍ରା କମିଟି ସଭାପତି ରାଜେନ୍ଦ୍ର ବିଷୋୟୀ, ସାଂସଦ ପ୍ରତିନିଧି ଦିବାକର ନାୟକ, ପଞ୍ଚାନନ ପାଳଙ୍କ ସମେତ ଯାତ୍ରା କମିଟିର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ |  ନିର୍ବାଚନ ମଣ୍ଡଳୀର  ସମସ୍ତ ଜନସାଧାରଣଙ୍କ ପ୍ରତି ମା ‘ଙ୍କ ଆଶୀର୍ବାଦ  କାମନା କରିଛନ୍ତି ଶ୍ରୀ ସାମନ୍ତ | ଅତି ସୁନ୍ଦର ଭାବେ  ଯାତ୍ରା ଆୟୋଜନ ହୋଇଥିବାରୁ ଯାତ୍ରା କମିଟି ସଦସ୍ୟଙ୍କୁ ପ୍ରଶଂସା  କରିବା  ସହ ଯାତ୍ରାରେ ସହଯୋଗ କରୁଥିବା ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେଇଥିଲେ | ଏହାପରେ ଆୟୋଜିତ ହୋଇଥିବା କବିସମ୍ରାଟ ରଙ୍ଗମଞ୍ଚ କାର୍ଯ୍ୟକ୍ରମରେ ଯୋଗ ଦେଇ ଆଜିର ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ |

Leave A Reply