Odisha news

5T ସଚିବଙ୍କ ଦୁଇ ଦିନିଆ କଳାହାଣ୍ଡି ଗସ୍ତ

ବେଲଖଣ୍ଡି ଶିବ ମନ୍ଦିର, ଜୁନାଗଡ ଲଙ୍କେଶ୍ଵରୀ ମନ୍ଦିର ଓ ଆଶାସାଗର ର ଉନ୍ନତିକରଣ ପାଇଁ DPR ପ୍ରସ୍ତୁତି ନିର୍ଦ୍ଦେଶ .

0
ଭୁବନେଶ୍ବର  : 19/5/23 : ମୁଖ୍ୟମନ୍ତ୍ରୀ ଶ୍ରୀ  ନବୀନ  ପଟନାୟକଙ୍କ  ନିର୍ଦ୍ଦେଶ  କ୍ରମେ  5T ସଚିବ ଶ୍ରୀ ଭି  କେ  ପାଣ୍ଡିଆନ୍  ଆଜି  ତିନିଦିନିଆ  କଳାହାଣ୍ଡି  ଓ  ନୂଆପଡା  ଗସ୍ତରେ  ଯାଇ  ପ୍ରଥମ  ଦିନରେ  utkela  ,ମଦନପୁର  ଓ  ଭବାନୀପାଟଣା  ଯାଇ  ବିଭିନ୍ନ  ବିକାଶ  କାମ  ବୁଲିଦେଖିବା  ସହ  ଛାତ୍ରଛାତ୍ରୀ,ମହିଳା  ,
କ୍ରୀଡାବିତ୍  ଓ  ସ୍ଥାନୀୟ  ଜନସାଧାରଣଙ୍କ  ସହ  ଆଲୋଚନା  କରିଥିଲେ  .
ପ୍ରଥମେ  ଶ୍ରୀ  ପାଣ୍ଡିଆନ୍  utkela  ବିମାନ ଘାଟି ର  ବିକାଶ  କାମ  ଅନୁଧ୍ୟାନ  କରିଥିଲେ  .   କଳାହାଣ୍ଡି କୁ Air connectivity ର  ବିକାଶ  ପାଇଁ utkela  ବିମାନ୍  ଘାଟି Runway ର  ସମ୍ପ୍ରସାରଣ  କାମ  Dec 23 ସୁଦ୍ଧା  ଶେଷ କରିବାକୁ  5T ସଚିବ  ପରାମର୍ଶ  ଦେଇଥିଲେ  .
ପରେ  ଶ୍ରୀ  ପାଣ୍ଡିଆନ୍  ବେଲଖଣ୍ଡି ର  ପ୍ରସିଦ୍ଧ  ଉମା  ମହେଶ୍ବର ଧବଳେଶ୍ଵର  ଶିବ  ମନ୍ଦିର  ଯାଇ ପୂଜାର୍ଚ୍ଚନା  କରିଥିଲେ  .ମନ୍ଦିର ର  ବିକାଶ  ସମ୍ପର୍କରେ  ସେବାୟତ  ଓ  କମିଟି   ସଭ୍ଯ  ମାନଙ୍କ  ସହ  ଆଲୋଚନା  କରି ମନ୍ଦିର  ବିକାଶ  ପାଇଁ  15 ଦିନ  ଭିତରେ  DPR ପ୍ରସ୍ତୁତି  ପାଇଁ  ଜିଲ୍ଲା ପାଳ ଙ୍କୁ  ପରାମର୍ଶ  ଦେଇଥିଲେ  .
ମଦନପୁର  ରାମପୁର  ଗୋଷ୍ଠୀ  ସ୍ୱାସ୍ଥ୍ୟ  କେନ୍ଦ୍ର ର  ରୂପାନ୍ତର  କାମ  5T ସଚିବ  ବୁଲି  ଦେଖିବା  ସହ  ଆମ  ହସ୍ପିଟାଲ  କାମ  ଆଗାମୀ  ଛ  ମାସ  ମଧ୍ୟରେ  ଶେଷ  କରିବା  ପାଇଁ  ପରାମର୍ଶ  ଦେଇଥିଲେ  . ଏହି  ଅବସରରେ  ଶ୍ରୀ  ପାଣ୍ଡିଆନ୍  ନିରାମୟ  କେନ୍ଦ୍ର ରେ  ମାଗଣା  ଔଷଧ  ବଣ୍ଟନ କାମ  ଅନୁଧ୍ୟାନ  କରିଥିଲେ  .
ତେଲ  ନଦୀ  ଉପରେ  ନିର୍ମାଣ  ହେଉଥିବା  sandul  barrage  କାମ ର  ଅଗ୍ରଗତି ଶ୍ରୀ  ପାଣ୍ଡିଆନ୍  ସମୀକ୍ଷା  କରିବା  ସହ  କାମ  ଶୀଘ୍ର  ଶେଷ  କରିବାକୁ  ପରାମର୍ଶ  ଦେଇଥିଲେ. March 24 ସୁଦ୍ଧା  କାମ  ଶେଷ  କରିବାକୁ  ଲକ୍ଷ୍ୟ  ଥିବା  ବିଷୟ  ବିଭାଗୀୟ  କର୍ତ୍ତୁପକ୍ଷ  ତାଙ୍କୁ  ଅବଗତ  କରିଥିଲେ  .
ଏହି  barrage  କାମ  ଶେଷ  ହେଲେ  ନର୍ଲା  ,କର୍ଲାମୁଣ୍ଡା  ଓ  କେସିଙ୍ଗା  ବ୍ଲକ ର  29 ଟି  ଗାଆଁ ର  ଚାଷ ଜମିକୁ  underground  pipe  ଦ୍ଵାରା  ପାଣି  ମିଳିପାରିବ
ଏହି  ଅବସରରେ  ଶ୍ରୀ  ପାଣ୍ଡିଆନ୍  ନର୍ଲା  ଷ୍ଟାଡିୟମ୍  ଓ  ମିଶନ  ଶକ୍ତି  କାଫେ ଯାଇ  ଖେଳାଳି  ଓ   ମିଶନ  ଶକ୍ତି  ମା  ମାନଙ୍କ ସହ  ଆଲୋଚନା  କରିଥିଲେ  l ଭବାନୀପାଟଣା ରେ  5T ସଚିବ  police highschool  ଯାଇ  ଶିକ୍ଷକ  ଓ  ପିଲାମାନଙ୍କ  ସହ  school ରୂପାନ୍ତର  ସୁବିଧା  ବିଷୟରେ  ଆଲୋଚନା  କରିଥିଲେ  .
ଏହି  highschool  third phase ରୂପାନ୍ତର  କାର୍ଯ୍ୟକ୍ରମ ରେ  ସାମିଲ  ହୋଉଛି   .ପରେ  ଶ୍ରୀ  ପାଣ୍ଡିଆନ୍  ଆଶା ସାଗର  ବୁଲି  ଦେଖିଥିଲେ ଏବଂ  ଏହାର  redevelopment  ପାଇଁ  30 ଦିନ  ଭିତରେ  DPR ପ୍ରସ୍ତୁତି  ପାଇଁ  ପରାମର୍ଶ  ଦେଇଥିଲେ  .
ସେଠାରୁ  ଭବାନୀପାଟଣା  busterminal କୁ  ଯାଇ କାମ ର  ଅଗ୍ରଗତି  ସମୀକ୍ଷା  କରି  ନିର୍ଦ୍ଧାରିତ  ସମୟ ରେ  କାମ  ଶେଷ  କରିବାକୁ  ପରାମର୍ଶ  ଦେଇଥିଲେ  .
ଏହି  ଗସ୍ତ   ଅବସରରେ  ଶ୍ରୀ  ପାଣ୍ଡିଆନ୍  କଳାହାଣ୍ଡି  medical  college  ଓ  କଳାହାଣ୍ଡି  ବିଶ୍ୱବିଦ୍ୟାଳୟ  କୁ  ଯାଇ  ବୁଲି  ଦେଖିଥିଲେ  ଓ  ଛାତ୍ରଛାତ୍ରୀ ମାନଙ୍କ  ସହିତ    ବିଭିନ୍ନ   ସମସ୍ୟା  ଓ  ବିକାଶ ବିଷୟରେ  ଆଲୋଚନା  କରିଥିଲେ  .
କଳାହାଣ୍ଡି  ବିଶ୍ୱବିଦ୍ୟାଳୟ  ରେ   smart  classrooms  ,e library ଓ  ଉନ୍ନତ labortary  ର  ବିକାଶ  କରାଯିବ  ବୋଲି  5T ସଚିବ ସୂଚନା  ଦେଇଥିଲେ  .
କଳାହାଣ୍ଡି  ଟାଉନ  ହଲ୍ ରେ  5T ସଚିବ  ମିଶନ  ଶକ୍ତି  ମାନଙ୍କୁ  ଭେଟିଥିଲେ ଜୁନାଗଡ  ଠାରେ ପ୍ରସିଦ୍ଧ  ଲଙ୍କେଶ୍ଵରୀ  ମନ୍ଦିର  ର  ବିକାଶ  ସମ୍ପର୍କରେ  ମନ୍ଦିର  କମିଟି  ସହ  ଆଲୋଚନା  କରିଥିଲେ ଓ  ଶୀଘ୍ର  Redevelopment  ପାଇଁ  DPR ପ୍ରସ୍ତୁତ  କରିବାକୁ  ଜିଲ୍ଲା ପାଳ ଙ୍କୁ  ପରାମର୍ଶ  ଦେଇଥିଲେ  . ଜୁନାଗଡ ର  ବିଜୁ  ପଟ୍ଟନାୟକ  ଷ୍ଟାଡିୟମ୍  କାମ  ଅଗ୍ରଗତି  ର  5T ସଚିବ  ଶ୍ରୀ  ପାଣ୍ଡିଆନ୍  ସମୀକ୍ଷା  ମଧ୍ଯ  କରିଥିଲେ
Leave A Reply