ବାରଙ୍ଗ : ନନ୍ଦନକାନନ ଥାନା ଅଧିନସ୍ତ ମରିଚିଆ ଗ୍ରାମର ଅନିରୁଦ୍ଧ ପରିଡାଙ୍କ ଘରୁ ଚୋରି ହୋଇଥିବାର ନନ୍ଦନକାନନ ଥାନାରେ ଶନିବାରଦିନ ଅଭିଯୋଗ ହୋଇଛି।ଚୋର ମାନେ ଶୁକ୍ରବାର ବିଲମ୍ଭିତ ରାତିରେ ଅନିରୁଦ୍ଧଙ୍କ ପୁରୁଣା ଘରେ କେହି ନଥିବାର ସୁଯୋଗରେ ଘରର ତାଲା ଭାଙ୍ଗି ଅଲମୀରାରେ ଥିବା ଏକ ବକ୍ସକୁ ଭାଙ୍ଗି ସୁନା ଅଳଙ୍କାର ନେଇ ଯାଇଛନ୍ତି।ବାକ୍ସରେ ଥିବା
ଦୁଇଟି ମଙ୍ଗଳସୂତ୍ର, ଦୁଇଟାସୁନା ହାର,ଦୁଇଟା ସୁନା ଚେନ,ତିନି ହଳ ସୁନା କାନର ଛଅଟା ସୁନା ମୁଦି ନେଇଯାଇଥିବାର ଜଣାପଡିଛି।ଅନିରୁଦ୍ଧ ତାଙ୍କ ପରିବାର ସହ ପୁରୁଣା ଘର ଠାରୁ ୫ଶହ ମିଟର ଦୂରରେ ଥୁବା ନୂଆଘରେ ରହୁଥିଲେ।ତାଙ୍କର ପିଲାମାନେ ସବୁଦିନ ସକାଳେ ପୁରୁଣା ଘରକୁ ବୁଲିବାକୁ ଆସି କିଛି ସମୟ ପାଇଁ ରହିଥାନ୍ତି।ଶନିବାର ସକଳେ ପୁରୁଣା ଘରକୁ ପିଲା ମାନେ ବୁଲିବାକୁ ଆସିଥିବା ବେଳେ ଚୋରି ହୋଇଥିବାର ଜାଣିବାକୁ ପାଇଥିଲେ।ଘରେ କେହି ରହୁନଥିବାର ସଯୋଗ ରେ ଚୋରମାନଙ୍କୁ ଚୋରି କରିବାରେ ସୁବିଧା ହୋଇଛି।ଶନିବାର ଥାନାରେ ଅଭିଯୋଗ ପରେ ପୋଲିସ ଏକ ମକଦମା ରୁଜୁକରି ତଦନ୍ତ ଆରମ୍ଭ କରିଛି।
