ସାକ୍ଷୀଗୋପାଳ : ସତ୍ୟବାଦୀ ତହସିଲଦାର କାର୍ଯ୍ୟାଳୟ ରେ ସରକାରୀ ଆଇନଜୀବୀ ତଥା ସତ୍ୟବାଦୀ ବାର ଆସୋସିଏସନ ରେ ସଦସ୍ୟ ଭାବେ କାର୍ଯ୍ୟରତ ଶ୍ରୀକାନ୍ତ ଦାଶ ,୪୬ (ମେଘୁଲି) ଙ୍କର ଆଜି ଅପରାହ୍ନ ରେ ଭୁବନେଶ୍ୱର ଏକ ଘରୋଇ ଚିକିତ୍ସାଳୟ ରେ ଚିକିତ୍ସା ଧୀନ ଅବସ୍ଥା ରେ ମୃତ୍ୟୁ ହୋଇଛି।
ଘଟଣାରୁ ପ୍ରକାଶ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଜୟପୁର ପଞ୍ଚାୟତର ମହାମାୟା ସାହିର ସ୍ବର୍ଗତ ସୌରୀ ଚରଣ ଦାଶ ଙ୍କ ବଡ଼ପୁଅ ଶ୍ରୀକାନ୍ତ ଦାଶ (ମେଘୁଲି) ଗୁରୁବାର ସନ୍ଧ୍ୟା ସମୟରେ କୌଣସି ଏକ ଜରୁରୀ କାମ ରେ ପୁରୀ ଯିବା ବେଳେ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥର ବାଟମଙ୍ଗଳା ନିକଟରେ ଦୁର୍ଘଟଣା ର ଶିକାର ହୋଇଥିଲେ । ଦୁର୍ଘଟଣା ରେ ଶ୍ରୀକାନ୍ତ ଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଜନସାଧାରଣ ଚିକିତ୍ସା ନିମନ୍ତେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।ସେଠାରେ ଶ୍ରୀକାନ୍ତ ଙ୍କ ଅବସ୍ଥା ଅଧିକ ଖରାପ ହେବାରୁ ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ଭୁବନେଶ୍ୱର କୁ ସ୍ଥାନାନ୍ତରିତ କରିଥିଲେ l ପରେ ଶ୍ରୀକାନ୍ତ ଙ୍କ ଘର ଲୋକ ତାଙ୍କୁ ଭୁବନେଶ୍ୱର ରେ ଏକ ଘରୋଇ ଚିକିତ୍ସାଲୟ ଭର୍ତ୍ତି କରିଥିଲେ ।ସେଠାରେ ଚିକିତ୍ସା ଧୀନ ଅବସ୍ଥାରେ ଶନିବାର ଅପରାହ୍ନ ରେ ଶ୍ରୀକାନ୍ତ ଙ୍କ ମୃତ୍ୟୁ ହୋଇଥିବା ଚିକିତ୍ସାଲୟ ପକ୍ଷରୁ ସୂଚନା ଦିଆଯାଇଥିଲା । ସନ୍ଧ୍ୟା ସମୟରେ ଶ୍ରୀକାନ୍ତ ଙ୍କ ମର ଶରୀର ତାଙ୍କ ବାସଭବନ ମହାମାୟା ସାହି ରେ ପହଞ୍ଚିବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲl l
ସତ୍ୟବାଦୀ ଆଇନଜୀବୀ ସଂଘ, ସାକ୍ଷୀଗୋପାଳ ତରଫରୁ ସ୍ବର୍ଗତ ଦାସଙ୍କ ଶବଧାରାରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରା ଯାଇଥିଲା l
