ରଘୁନାଥପୁର୨୪/୯ : ରଘୁନାଥପୁର ବ୍ଲକ ଅନ୍ତର୍ଗତ ରେଢୁଆ ସ୍ଥିତ ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥା ଆନୁକୁଲ୍ୟରେ ସ୍ବେଚ୍ଛାସେବୀ ମାନଙ୍କୁ ନେଇ ଆଜି ଏକ ସ୍ବଚ୍ଛତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଏବଂ ଅଧ୍ୟଖ୍ୟ ସରୋଜ କୁମାର ପଣ୍ଡାଙ୍କ ଉପସ୍ଥିତରେ ଅଧ୍ୟାପକ,ଅଧ୍ୟାପିକା ଓ କାର୍ଯ୍ୟକ୍ରମ ଅଧିକାରୀ ସରୋଜକାନ୍ତ ମିଶ୍ର ଓ କେଦାର ମୁଦୁଲି ପ୍ରମୁଖ ସାମିଲ ରହିଥିବା ଜଣାଯାଇଛି।ଏଥିରେ କଲେଜ ପରିସର ସଫେଇ କରାଯିବା ସହ ବୃଖ୍ୟ ରୋପଣ କାର୍ଯ୍ୟକ୍ରମ କରା ଯାଇଥିଲା। ପରିବେଶ ସୁରଖ୍ୟା ସମସ୍ତଙ୍କର ଦାୟିତ୍ବ ବୋଲି ଅଧ୍ୟଖ୍ୟ ଶ୍ରୀ ପଣ୍ଡା ମତ ଦେଇଥିବା ବେଳେ ପ୍ଲାଷ୍ଟିକ ବର୍ଜନ ପାଇଁ ସମସ୍ତେ ଶପଥ ନେଇଥିଲେ।
