Odisha news

ଗଞ୍ଜାମ କଲେଜରେ ଜାତୀୟ ସେବା ଯୋଜନା ଦିବସ

0
ରମ୍ଭା :24,9 : ଗଞ୍ଜାମ ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ୧୨ ନମ୍ବର କକ୍ଷରେ ଜାତୀୟ ସେବା ଯୋଜନା ଦିବସକୁ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ତଥା ଅର୍ଥନୀତି ବିଭାଗର ମୁଖ୍ୟ ଡଃ ପୁରୁଷୋତ୍ତମ ସାହୁଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଇତିହାସ ବିଭାଗର ଅଧ୍ୟାପକ ତଥା ଜାତୀୟ ସେବା ଯୋଜନାର ନୋଡାଲ ଅଫିସର୍ (NSS, Nodal officer) ଡ଼ଃ ସୁଶାନ୍ତ କୁମାର ସେଠୀ  ଏହି ସଭାକୁ ସଂଯୋଜନା କରି  ଆଜିର ଦିନର ମହତ୍ତ୍ୱ ଉଦ୍ଦେଶ୍ୟ ବିଷୟରେ ଦୃଷ୍ଟି ଆକର୍ଷଣ କରିଥିଲେ। ଡ଼ଃ ପୁରୁଷୋତ୍ତମ ସାହୁ ଜାତୀୟ ସେବା ଯୋଜନାର ଆଭିମୁଖ୍ୟ ଓ ଲକ୍ଷ୍ୟ ଅତି ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରିଥଲେ। ୱାଇ. ଆର.ସି. କାଉନସିଲର (ଗାର୍ଲ୍ସ)ବାଣିଜ୍ୟ ବିଭାଗର ମୁଖ୍ୟା ଡ଼ଃ ଅନିତା କୁମାରୀ ପାଣିଗ୍ରାହି ସ୍ବେଚ୍ଛାସେବୀମାନଙ୍କୁ  ଜାତୀୟ ସେବା ଯୋଜନା ବିଷୟରେ ବୁଝାଇବା ସହିତ ପ୍ରତ୍ସାହିତ କରିଥିଲେ।
ଶେଷରେ ଓଡ଼ିଆ ଭାଷା ଓ ସମ୍ମାନ ବିଭାଗର ଅଧ୍ୟାପିକା ବାଇରୀ ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ୱାଇ. ଆର. ସି. କାଉନସିଲର ଅର୍ଥନୀତି ବିଭାଗର ସୂର୍ଯ୍ୟନାରାୟଣ ମୁଦୁଲି, ରାଜନୀତି ବିଭାଗର ଅଧ୍ୟାପକ ଶୁଭେନ୍ଦୁ କୁମାର ଟହଲ, ବାଣିଜ୍ୟ ବିଭାଗର ଅଧ୍ୟାପକ ସୁମନ ସେଠୀ ପ୍ରମୁଖଙ୍କ ସମେତ ମହାବିଦ୍ୟାଳୟର ଉପସ୍ଥିତ ସ୍ବେଛସେବୀମାନେ  ମଧ୍ୟ ନିଜ ନିଜ ମତବ୍ୟକ୍ତ  କରିଥିଲେ।
Nalco
Leave A Reply