ରଘୁନାଥପୁର୨୪/୯ : ରଘୁନାଥପୁର ଟିପିସିଓଡେଲ ଅଧିନରେ ଥିବା ତଅଁରା ବିଦ୍ୟୁତ ଟ୍ରାନ୍ସଫରମରଟି ରାସ୍ତା କଡରେ ବିପଦ ସଂକୁଳ ଅବସ୍ଥାରେ ରହିଥିଲେ ମଧ୍ୟ ଏଥିପ୍ରତି ବିଭାଗ ଗୁରୁତ୍ବ ଦେଉ ନଥିବା ସରପଂଚ ବଟକୃଷ୍ଣ ନାୟକ ଅଭିଯୋଗ ଆଣିଛନ୍ତି।ଏ ବାବଦରେ ବିଭାଗୀୟ ଅଧିକାରୀ ମାନଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇନାହିଁ।ଭବିଷ୍ୟତରେ କୌଣସି ଘଟଣା ଦୁର୍ଘଟଣା ଘଟିଲେ ବିଦ୍ୟୁତ ବିଭାଗ ଅଧିକାରୀମାନେ ଦାୟୀ ରହିବେ ବୋଲି ସେ ଜଣାଇଛନ୍ତି।ପ୍ରକାଶ ଥାଉକି,ଅତି ନିଚ୍ଚାରେ ଥିବା ଏହି ଟ୍ରାନ୍ସଫରମରଟି ଫୁଙ୍ଗୁଳା ପଡିଥିବା ବେଳେ ଏହା କଡରେ ଯାଇଥିବା ରାସ୍ତାରେ ଦୈନିକ ବହୁ ସାଇକେଲ,ମୋଟର ସାଇକେଲ ଆରୋହୀ,ସ୍କୁଲ ଛାତ୍ରଛାତ୍ରୀ,ରୋଗୀ,ହାଟୋଇ ମାନେ ଯିବା ଆସିବା କରିଥାନ୍ତି।ଟ୍ରାନ୍ସଫରମରଟି ଅତି ନିଚ୍ଚା ଏବଂ ଫୁଙ୍ଗୁଳା ପଡି ଥିବାରୁ ଏଠାରେ ସେମାନଙ୍କୁ ବହୁ ସତର୍କତା ସହିତ ଯିବାକୁ ପଡିଥାଏ।ଟିକିଏ ଅସାବଧାନ ହେଲେ ଦୁର୍ଘଟଣା ହେବାର ଆଶଙ୍କା ଥିବାରୁ ଏଠାରୁ ଟ୍ରାନ୍ସଫରମରଟିକୁ ଅନ୍ୟତ୍ର ଉଠାଯିବା ପାଇଁ ପଂଚାୟତବାସୀ ଦାବୀ କରିଛନ୍ତି।
