ଭଂଜନଗର– ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ । ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଗୋବରା ଗାଁ ପୋଖରୀ ରେ ଘଟିଛି ଏଭଳି ଘଟଣା । ମୃତକ ବାଞ୍ଛାନିଧି ଗୈାଡ । ଗାଁ ପୋଖରୀ କୁ ଗାଧୋଇବାକୁ ଯାଇ , କିଛି ସମୟ ପର୍ଯ୍ୟନ୍ତ ତାଙ୍କୁ ନପାଇ, ସ୍ଥାନୀୟ ଲୋକେ ଖୋଜାଖୋଜି କରିଥିଲେ । ଶେଷରେ ପୋଖରୀ ଭିତରୁ ବାଞ୍ଛାନିଧି ଙ୍କୁ ଉଧାର କରିଥିଲେ ସ୍ଥାନୀୟ ଲୋକେ । ନିକଟସ୍ଥ ଗୋବରା ମେଡିକାଲରେ , ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ଗାଙ୍ଗପୁର ଥାନା ପୋଲିସ ପହଞ୍ଚି ମୃତଦେହ କୁ ଜବତ କରିବା ସହ , ବ୍ୟବଛେଦ ପାଇଁ ଭଂଜନଗର ମେଡିକାଲକୁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ପୋଲିସ ।
