Odisha news

ଜିଓ ମାର୍ଟ ସହିତ ଚଳିତ ପାର୍ବଣ ଋତୁରେ ତ୍ୟୋହାର ରେଡି୍ ସେଲ୍ ପାଇଁ ପ୍ରସ୍ତୁତ ହୁଅନ୍ତୁ

0

– ଏହି ମାସ ବ୍ୟାପୀ ପାର୍ବଣ ଉତ୍ସବ ୨୩ ସେପ୍ଟେମ୍ବର ୨୦୨୨ ଠାରୁ ଆରମ୍ଭ ହୋଇଛି – ଏବଂ ଏଥିରେ ଦୁଇଟି ସେଲ୍ ଇଭେଂଟ ରହିଛି ଯଥା – ‘ତ୍ୟୋହାର ରେଡି ସେଲ୍‌’ ଓ ‘ବେଷ୍ଟିଭାଲ୍ ସେଲ୍‌’ । ଏଥିରେ ବିଭିନ୍ନ ବର୍ଗରେ ୮୦% ପର୍ଯ୍ୟନ୍ତ ରିହାତି ସହିତ ବିଭିନ୍ନ ଅଫର ପ୍ରଦାନ କରାଯାଉଛି ।

– ବ୍ରାଣ୍ଡେଡ୍ ସାମଗ୍ରୀ ଓ ରିଲାଏନ୍‌ସ ରିଟେଲସର ନିଜସ୍ୱ ବ୍ରାଣ୍ଡ ଉପରେ ଫ୍ଲାସ ଡିଲ୍‌ସ, ବ୍ୟାଙ୍କ ଅଫର ଓ ସ୍ୱତନ୍ତ୍ର ଡିସକାଉଂଟ ।

– ପ୍ରଥମ ଥର ପାଇଁ ଜିଓ ମାର୍ଟ ସେଲରେ ସ୍ଥାନୀୟ କାରିଗରମାନଙ୍କ ଠାରୁ ଉତ୍ପାଦ ଉପଲବ୍ଧ କରାଯାଉଛି । ଏକ ବ୍ୟାପକ ସ୍ତରୀୟ ଆକର୍ଷଣୀୟ ହ୍ୟାଣ୍ଡଲୁମ୍ ଓ ହ୍ୟାଣ୍ଡିକ୍ରାଫ୍‌ଟ ସିଲେକ୍‌ସନ ଯାହା ଆପଣଙ୍କୁ ଏକ ବାସ୍ତବିକ ଶୁଦ୍ଧ କାରିଗରିର ଅନୁଭବ ପ୍ରଦାନ କରିବ

ମୁମ୍ବାଇ: ରିଲାଏନ୍‌ସ ରିଟେଲର ଜିଓମାର୍ଟ, ଭାରତର ଏକ ଅଗ୍ରଣୀ ଇ-ମାର୍କେଟପ୍ଲେସ, ଆଜି ଆଗାମୀ ପାର୍ବଣ ଋତୁ ପାଇଁ ମାସବ୍ୟାପୀ ପାର୍ବଣ ଉତ୍ସବର ଘୋଷଣା କରିଛି । ଏହି ପାର୍ବଣ ଋତୁ ବିକ୍ରୟ ୨୩ ସେପ୍ଟେମ୍ବର ୨୦୨୨ ଠାରୁ ଆରମ୍ଭ ହୋଇଛି ଓ ଏହା ଅକ୍ଟୋବର ୨୩, ୨୦୨୨ ପର୍ଯ୍ୟନ୍ତ ଚାଲୁ ରହିବ । ଏହି ସମୟରେ ଜିଓ ମାର୍ଟ ଦୁଇଟି ସେଲର ଆୟୋଜନ କରୁଛି : ‘ତ୍ୟୋହାର ରେଡି ସେଲ୍‌’ ଓ ‘ବେଷ୍ଟିଭାଲ୍ ସେଲ୍‌’ । ଗ୍ରାହକମାନେ ଜିଓମାର୍ଟରେ ଗ୍ରୋସେରି ସହିତ ଇଲେକ୍‌ଟ୍ରୋନିକ୍‌ସ, ହୋମ୍ ଓ କିଚେନ୍‌, ଫେସନ ଓ ଲାଇଫ୍‌ଷ୍ଟାଇଲ୍‌, ସୌନ୍ଦର୍ଯ୍ୟ, ଏଫଏମସିଜି ଓ କଞ୍ଜୁମର ଓୟରେବଲ୍‌ସ ଉପରେ ୮୦% ପର୍ଯ୍ୟନ୍ତ ସଂଚୟ କରିପାରିବେ । ଜିଓମାର୍ଟ ଏହାର ସମସ୍ତ ଗ୍ରାହକମାନଙ୍କ ପାଇଁ ୱାନ-ଷ୍ଟପ୍ ଦୋକାନରେ ପରିଣତ ହୋଇଛି । ଏଠାରୁ ଆପଣ ଦୀପାବଳି ଠାରୁ ଆରମ୍ଭ କରି ଖାଦ୍ୟ ଏବଂ ଫେସନର ସମସ୍ତ ସାମଗ୍ରୀ ଗୋଟିଏ ସ୍ଥାନରେ ପାଇପାରିବେ । ଏହି ମାସ ବ୍ୟାପିଂ ସପିଂ ଉତ୍ସବ ସମୟରେ ଜିଓମାର୍ଟ ଏହାର ଗ୍ରାହକମାନଙ୍କୁ ଏସବିଆଇ (ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ) (ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ) ଡେବିଟ୍ କାର୍ଡ଼ରେ ଅତିରିକ୍ତ ଅଫର ପ୍ରଦାନ କରୁଛି । *

ଗ୍ରାହକମାନେ ଏହି ଆପରେ ଲିମିଟେଡ୍ ଅବଧିର ‘ଫ୍ଲାସ ଡିଲ୍‌’ର ସୁବିଧା ମଧ୍ୟ ପାଇପାରିବେ । ଆକର୍ଷଣୀୟ ଡିଲ୍ କଞ୍ଜୁମର ଡ୍ୟୁରେବଲ୍ ଓ ଇଲେକ୍‌ଟ୍ରୋନିକ୍‌ସ ଉପକରଣ ଯଥା ଲାପଟପ୍‌, ସ୍ମାର୍ଟୱାଚ, ସ୍ମାର୍ଟ ଏଚଡି ଟିଭି, ସ୍ମାର୍ଟଫୋନ୍‌, ମୋବାଇଲ୍ ଆକ୍‌ସେସୋରିଜ୍ ଇତ୍ୟାଦିରେ ଉପଲବ୍ଧ ହୋଇପାରିବ । ଏହା ସହିତ ବ୍ରାଣ୍ଡେଡ୍ ଉତ୍ପାଦ ଓ ରିଲାଏନ୍‌ସ ରିଟେଲର ନିଜସ୍ୱ ବ୍ରାଣ୍ଡ ଯଥା ରିଲାଏନ୍‌ସ ଡିଜିଟାଲ୍‌, ରିଲାଏନସ ଟ୍ରେଣ୍ଡ୍ ଓ ଏହିପରିରେ ଅତିରିକ୍ତ ଅଫରର ସୁବିଧା ମଧ୍ୟ ରହିଛି ।

ଜିଓମାର୍ଟ ପ୍ରଥମ ଥର ପାଇଁ ଚଳିତ ପାର୍ବଣ ଋତୁରେ ପାରମ୍ପରିକ କଳାକାର ଓ ବୁଣାକାରମାନଙ୍କୁ ସାମିଲ୍ କରିଛି ଯଦ୍ୱାରା ସେମାନଙ୍କର ଜୀବିକା ନିର୍ବାହ ମାନରେ ଉନ୍ନତି ଆସିବା ସହିତ ସାରା ଭାରତରେ ସ୍ଥାନୀୟ କଳାକାରମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ଆସିପାରିବ । ଏହିସବୁ କାରିଗରମାନଙ୍କର ବ୍ୟାପକଶ୍ରେଣୀୟ ଅଭିନବ ହାତତିଆରି କଳାକୃତି ଜିଓମାର୍ଟରେ ଉପଲବ୍ଧ ହେବ । ଏଥିରେ ରହିଛି ଚମଡ଼ା ଜୋତା, ବେଙ୍ଗଲି ହ୍ୟାଣ୍ଡଲୁମ୍ ସାଢ଼ୀ ଓ ଆକର୍ଷଣୀୟ ହାତତିଆରି ସମ୍ବଲପୁରି ସାଢ଼ୀ, ଫୁଲକାରି, ଚିକାନକାରି, ପାରମ୍ପରିକ ଗହଣା ଇତ୍ୟାଦି ଯାହାଦ୍ୱାରା ଗ୍ରାହକମାନେ ପାର୍ବଣଋତୁର ଏକ ସ୍ୱତନ୍ତ୍ର ଅନୁଭବ ଲାଭ କରିପାରିବେ ।

ଏହି ଘୋଷଣା ସମ୍ପର୍କରେ ସୂଚନା ପ୍ରଦାନ କରି, ଶ୍ରୀଯୁକ୍ତ ସନ୍ଦୀପ ଭରଗାଂଟିସିଇଓଜିଓମାର୍ଟ କହିଛନ୍ତି ଯେ, “ଏକ ସର୍ବବୃହତ୍ ମଲ୍‌ଟିଚ୍ୟାନେଲ୍ ଘରୋଇ ଭାବରେ ବିକଶିତ ଇ-ମାର୍କେଟ୍ ପ୍ଲେସ ଭାବରେ, ସ୍ଥାନୀୟ ଦୋକାନ, କିରାନା, ଏସଏମବି (କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ), ଏମଏସଏମଇ, ସ୍ଥାନୀୟ କାରିଗର ଓ ମହିଳା ଉଦ୍ୟୋଗୀମାନଙ୍କୁ ସଶକ୍ତ କରି ଆମେ ଡିଜିଟାଲ୍ ରିଟେଲ ଇକୋସିଷ୍ଟମକୁ ସଶକ୍ତ କରିବାର ଲକ୍ଷ୍ୟ ରଖିଛୁ । ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ, ଆମେ ବିକ୍ରେତା ଓ ସ୍ଥାନୀୟ କଳାକାରମାନଙ୍କୁ ଆମର ଇ-କମର୍ସ ସ୍ଥାନରେ ସାମିଲ୍ କରିଛୁ । ଆମେ ମଧ୍ୟ ବିଭିନ୍ନ ସେଗମେଂଟରେ ବର୍ଗ ଗୁଡ଼ିକୁ ସଂପ୍ରସାରିତ କରିଛୁ ଓ ଗତ ବର୍ଷ ତୁଳନାରେ ଏସକେୟୁ ର ସଂଖ୍ୟାକୁ ୮୦ ଗୁଣା ବୃଦ୍ଧା କରିଛୁ । ଆମେ ନିକଟରେ ଶୁଭାରମ୍ଭ କରିଥିବା ଜିଓ-ମାର୍ଟ ହ୍ୱାଟସଆପ୍ ଅର୍ଡ଼ର ସୁବିଧାକୁ ଗ୍ରାହକମାନେ ବହୁତ ପସନ୍ଦ କରିଛନ୍ତି । ଆମର ଆତ୍ମବିଶ୍ୱାସ ରହିଛି ଯେ ଆଗାମୀ ପାର୍ବଣ ଋତୁ ସମୟରେ, ଆମେ ଆମର ବିକ୍ରେତା ଓ ଗ୍ରାହକମାନଙ୍କ ସହିତ ଆମର ସମ୍ପର୍କକୁ ଜିଓମାର୍ଟ ସହାୟତାରେ ଆହୁରି ମଜବୁତ୍ କରିବାରେ ସକ୍ଷମ ହୋଇପାରିବୁ ।”

ଆମେ ଆମର ପହଂଚକୁ ଦେଶର ସବୁ ସ୍ଥାନକୁ ସଂପ୍ରସାରିତ କରିବୁ ଓ ଆମର ଷ୍ଟୋର ଯଥା ରିଲାଏନ୍‌ସ ସ୍ମାର୍ଟ, ରିଲାଏନ୍‌ସ ଟ୍ରେଣ୍ଡ୍‌ସ, ରିଲାଏନ୍‌ସ ଡିଜିଟାଲ ଇତ୍ୟାଦି ଓ ଏହା ସହିତ ଥାର୍ଡ଼-ପାର୍ଟି ବିକ୍ରେତା ପାର୍ଟନରଙ୍କ ସହିତ ମିଶି ବ୍ୟାପକ ନେଟୱର୍କ ମାଧ୍ୟମରେ ଏହା ଯେପରି ସଠିକ୍ ସମୟରେ ଡେଲିଭରି ହୋଇପାରିବ ତାହା ସୁନିଶ୍ଚିତ କରିବୁ ।

ଦୀପାବଳି ସ୍ୱତନ୍ତ୍ର ଅଫର : ବିଭିନ୍ନ ବର୍ଗ ଯଥା ଇଲେକ୍‌ଟ୍ରୋନିକ୍‌ସ, ଗ୍ରୋସେରୀ, ଫେସନ, ହୋମ୍ ଓ କିଚେନ୍‌, ବ୍ୟୁଟି ଇତ୍ୟାଦି ସାମଗ୍ରୀ ଉପରେ ୮୦% ପର୍ଯ୍ୟନ୍ତ ରିହାତି ଲାଭ କରନ୍ତୁ । ଦୟାକରି ପ୍ରତି ୩ ଘଂଟାରେ ଫ୍ଲାସ ଡିଲକୁ ଚେକ୍ କରନ୍ତୁ, ଓ ସ୍ମାର୍ଟଫୋନ୍ ପାଆନ୍ତୁ ଯାହାର ପ୍ରାରମ୍ଭିକ ମୂଲ୍ୟ ରହିଛି ମାତ୍ର ଟ.୬୯୯୯/-

*ଏସବିଆଇ ବ୍ୟାଙ୍କ ଡେବିଟ୍ କାର୍ଡ଼ ଅଫର : ସର୍ବନିମ୍ନ ଅର୍ଡ଼ର ମୂଳ୍ୟ ଟ.୧୦୦୦/- ଉପରେ ଅତିରିକ୍ତ ୧୦% କ୍ୟାସବ୍ୟାକ୍ ଲାଭ କରିବା ପାଇଁ ବ୍ୟବହାର କରନ୍ତୁ ଏସବିଆଇ ବ୍ୟାଙ୍କ ଡେବିଟ୍ କାର୍ଡ଼ । ଅଧିକ ସବିଶେଷ ପାଇଁ ପରିଦର୍ଶନ କରନ୍ତୁ ଜିଓମାର୍ଟ ।

Leave A Reply