ବାରଙ୍ଗ : ବାରଙ୍ଗ-ତ୍ରିଶୁଳିଆ ମୁଖ୍ୟରାସ୍ତା କଡ ବାରଙ୍ଗପ୍ରେସ୍କ୍ଲବ ନିକଟରେ ମେଟ୍ରୋଟ୍ରେନ ଚାଲିବା ନିମନ୍ତେ କାମ ଆରମ୍ଭ ପାଇଁ ଶନିବାରଦିନ ଭୁମିପୁଜା ହୋଇଯାଇଛି ।କାହାକୁ କୈ÷ାଣସି ସୁଚନା ମଧ୍ୟ ଦିଆଯାଇନଥିବାବେଳେ ରାସ୍ତା କଡରେ ଏକ ଟେଣ୍ଡ ବାନ୍ଧି କିଛି ପଦାଧିକାରୀମାନଙ୍କ ଉପସ୍ଥିତିରେ କିଛି ସମୟମଧ୍ୟରେ ଭୁମିପୁଜା ସାରିଛନ୍ତି ।ତେବେ ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ମେଟ୍ରୋଟ୍ରେନପାଇଁ ଭିତିପ୍ରସ୍ଥରସ୍ଥାପନ ଗତଜାନୁଆରୀ୧ ତାରିଖରେ ରତାଗଡଠାରେ କରିଥିଲେ ।ଏହାର କିଛିଦିନ ପରେ ନବୀନପଟ୍ଟନାୟକଙ୍କ ସରକାର ବଦଳିବାସହ ବିଜେପି ସରକାର ଆସିବା ପରେ ମେଟ୍ରୋଟ୍ରେନ ଚାଲିବାର ନେଇ ଅଂଚଳବାସୀ ଦ୍ୱନ୍ଦରେ ରହିଥିଲେ ।ପରେ ବିଜେପି ସରକାର ମେଟ୍ରୋଟ୍ରେନପାଇଁ ବ୍ୟୟବରାଦ କରିଥିବାବେଳେ ଆଜିର ଭୁମିପୁଜନ ମେଟ୍ରୋଟ୍ରେନ ଚାଲିବା ନିମନ୍ତେ କାମ ଆରମ୍ଭ ହେବ ବୋଲି ଆଲୋଚନା ହେଉଛି ।