Odisha news

୨ୟ ରଜରେ ନନ୍ଦନକାନନ ବୁଲିଲେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ 

0
ବାରଙ୍ଗ :  ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଦ୍ବିତୀୟ ରଜ ରେ ରେକର୍ଡ ସଂଖ୍ୟକ ପ୍ରର୍ଯ୍ୟଟକ ବୁଲିଛନ୍ତି । ଉଦ୍ୟାନର ପ୍ରାକୃତିକ ପରିବେଶ ସାଙ୍ଗକୁ ବିରଳ ଜୀବଜନ୍ତୁ ପାଖରେ ଦେଖି ବେଶ୍ ମଜା ଉଠାଇଛନ୍ତି ଦୂରଦୁରାନ୍ତରୁ ଆସିଥିବା ପର୍ଯ୍ୟଟକ । ପହିଲି ରଜରେ ୧୭୪୪୬ଜଣ ପର୍ଯ୍ୟଟକ ବୁଲିବାକୁ ଆସିଥିବା ବେଳେ ୨ୟ ରଜ ରେ ୨୮୫୨୦ ଜଣ ପର୍ଯ୍ୟଟକ  ବୁଲିବାକୁ ଆସିଛନ୍ତି । ଗତ ୨୦୨୩ ମସିହା ୨ୟ ରଜ ରେ ୨୧୫୫୧ ପର‌୍ୟ୍ୟଟକମାନେ ବୁଲିବାକୁ ଆସିଥିବା ବେଳେ ଚଳିତ ବର୍ଷ ୨ୟ ରଜରେ ୬୯୬୯ ଜଣ ଅଧିକ ପର୍ଯ୍ୟଟକ ବୁଲିବାକୁ ଆସିଛନ୍ତି ।ପ୍ରାଣୀଉଦ୍ୟାନ ଭିତରେ ଥିବା ବାଘ,ସିଂହ, ଭାଲୁ  ,ଜିରାଫ୍,ସିମ୍ପାଜି,ପାଦଚଲା ବିହଙ୍ଗ ସରଣୀ ସହ ସଫାରୀର ମଜା ଉଠାଇଥିଲେ।ବୋଟିଂ ପାଇଁ ପର‌୍ୟ୍ୟଟକଙ୍କ ଭିଡ ଲାଗି ରହିଥିଲା।ମାଛଘର ଓ ବ୍ୟାଟେରିଚାଳିତ ଗାଡିରେ ପିଲାଙ୍କ ଠାରୁ ବୟସ୍କ ପର‌୍ୟ୍ୟନ୍ତ ଭିଡ ଲାଗି ରହିଥିଲା।ଶିଶୁ ଉଦ୍ୟାନ ମଧ୍ୟ ପିଲାମାନେ ଗହଳି ଲାଗି ରହିଥିଲା । ସେହିପରି ରାଜ୍ୟଉଭିଦ ଉଦ୍ୟାନକୁ ୧୮୮୭ ଜଣ ପର‌୍ୟ୍ୟଟକ ବୁଲିବାକୁ ଆସିଥିବା ନନ୍ଦନକାନନ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି ।
Leave A Reply