ବାରଙ୍ଗ : ଦ୍ୱିତୀୟ ଥର ପାଇଁ ମା ହୋଇଛି ସିଂହୀ ରେୱା । ବର୍ତ୍ତମାନ ମା ଓ ଛୁଆ ଉଭୟ ସୁସ୍ଥ ଥିବା ବେଳେ କର୍ତ୍ତୃପକ୍ଷ ଙ୍କ ନଜରବନ୍ଦୀ ରେ ରହିଥିବା ଜଣାପଡିଛି । ସେପଟେ କର୍ତ୍ତୃପକ୍ଷ ସିଂହୀ ରେୱା ଓ ଶାବକ କୁ ନେଇ ଚିନ୍ତାରେ ପଡିଯାଇଛନ୍ତି । କାହିଁକି ନା ,ସିଂହୀ ରେୱା ପ୍ରଥମ ଥର ମାତୃତ୍ଵ ଲାଭ କରି ଛୁଆ କୁ ଆପଣେଇନଥିଲା ବେଳେ ପୁଣି ଏବେ ମଧ୍ୟ ଛୁଆକୁ ଆପଣେଇ ନାହିଁ ମା ରେୱା ।ବାଧ୍ୟ ହୋଇ କର୍ତ୍ତୃପକ୍ଷ ଛୁଆଗୁଡ଼ିକୁ ମଣିଷ କୋଳରେ ଲାଳନପାଳନ ହେବା ପାଇଁ ଲାଳନପାଳନ କେନ୍ଦ୍ର ରେ ଛାଡିଥିବା ସୂଚନା ମିଳିଛି ।
ପ୍ରକାଶ ଯେ, ୬ ବର୍ଷ ର ଏସୀୟ ସିଂହୀ ରେୱା ସହିତ ସିଂହ ଜିତ୍ ସହ ମିଳନ ହୋଇଥିଲା।ପରେ ସେ ଗର୍ଭବତୀ ହୋଇଥିଲା।ଏହାପରେ କର୍ତ୍ତୁପକ୍ଷ ରେୱା ପ୍ରତି ସ୍ବତନ୍ର ଦୃଷ୍ଟି ଦେଇଥିଲେ କର୍ତ୍ତୃପକ୍ଷ। ସିସିଟିଭି ଲଗାଇ ତାର ଗତିବଧି ଲକ୍ଷ୍ୟ କରିଥିଲେ ।ରବିବାର ସକାଳ ସମୟରେ ୨ଟି ଓ ଅପରାହ୍ନ ୪ ଟା ସମୟ ରେ ଗୋଟିଏ ଶାବକ ଜନ୍ମ ଦେଇଛି । ହେଲେ ଶାବକ ଟି କୁ ପାଖାପାଖି ଏକ ଘଣ୍ଟା ସମୟ ପରେ ମଧ୍ୟ ଛୁଆ କୁ ଗ୍ରହଣ କରିନଥିଲା । ପରେ କର୍ତ୍ତୃପକ୍ଷ ଲାଳନ ପାଳନ ଗୃହରେ ଛାଡିଥିଲେ । ନନ୍ଦନକାନନରେ ଏହି ପ୍ରଜାତିର ସିଂହସଂଖ୍ୟା ୧୭କୁ ବୃଦ୍ଧିପାଇଛି।
