Odisha news

ଉଦ୍ଧାର ଶାଗୁଣା ନନ୍ଦନକାନନକୁ ଆସିଲା

0
ବାରଙ୍ଗ: ପ୍ରାଣିଉଦ୍ୟାନ ନନ୍ଦନକାନନକୁ ଶନିବାରରାତିରେ ଫୁଲବାଣିବନାଂଚଳ ଅଂଚଳରୁ ଏକ ହିମାଳୟ ଶାଗୁଣା ଉଦ୍ଧାର ହୋଇ ଆସି ପହଁଚିଛି ।ଉଦ୍ଧାରହୋଇଆସିଥିବା ଶାଗୁଣାଟି ଫୁଲବାଣି ର ଟେଲାପେଲି ଗାଁପାଖରେ ଥିବାର ଖବରପାଇ ବନବିଭାଗ କର୍ମଚାରୀମାନେ ସେଠାକୁ ଯାଇଥିଲେ ।ଶାଗୁଣାଟି ଉଡିପାରୁନଥିବାବେଳେ ଗୋଟିଏସ୍ଥାନରେ ପଡିରହିଥିବାର ଦେଖିବାକୁପାଇଥିଲେ ।ଏହାପରେ  ଶାଗୁଣାଟିକୁ ଉଦ୍ଧାର କରି ଫୁଲବାଣି ଜିଲ୍ଲାମୁଖ୍ୟପ୍ରାଣିଚିକିସ୍‌ାଳୟକୁ ଆଣିଥିଲେ ।ସେଠାରେ ଡାକ୍ତରମାନେ ଶାଗୁଣାଟିର ସ୍ୱାସ୍ଥ୍ୟ ପରିକ୍ଷା କରି ତରଳଝାଡାରେ ଅକ୍ରାନ୍ତହୋଇ ଦୁର୍ବଳ ହୋଇଯାଇଥିବାର ସନ୍ଦେହ କରି ଶାଗୁଣାଟି ପ୍ରାଥମିକ ଚିକିସ୍‌ା କରିଥିଲେ ।ନନ୍ଦନକାନନକୁ ଆସିବାପରେ ଏଠାକାର ଡାକ୍ତରମାନେ ପ୍ରାଥମିକଚିକିସ୍‌ା କରିବାସହ ଡାକ୍ତରଖାନାରେ ଡାକ୍ତରମାନଙ୍କ ନଜରବନ୍ଦିରେ ଶାଗୁଣାଟି ରହିଥିବାର ସେହିଭଳିଭାବେ ଅକ୍ଟୋବର୧୪ରେ ବାଲେଶ୍ୱରଭୋଗରାଇରୁ ଆସିଥିବା କୁମ୍ଭୀର ଓ ଗତ୨୨ତାରିଖରେ ଦଶପଲ୍ଲାରୁଅସିଥିବା ଚିତ୍ରାହରିଣ ୨୩ତାରିଖରେ ଉଦ୍ଧାର ହୋଇ ଅସିଥିବା ଶାଗୁଣା ଏବବି ଅସୁସ୍ଥ ଥିବାର ଜଣାପଡିଛି ।
Leave A Reply