Odisha news

କାମ କଲାନି ଫାଟକ, ରେଳଧାରଣା ଉପରେ ଫସିରହିଲା ଯାନବାହନ

0
ବାରଙ୍ଗ :  ଭୁବନେଶ୍ଵର ନିୟୁ ଏବଂ ବାରଙ୍ଗ ରେଳ ଷ୍ଟେସନ ମଧ୍ୟରେ ଥିବା ପଦାସାହି ସ୍ଥିତ ରେଳ ଫାଟକରେ ଗୁରୁବାର ପୂର୍ବାହ୍ନରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଛି। ଗୋଟିଏ ପାର୍ଶ୍ୱର ଫାଟକରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବା ଫଳରେ ଯାନବାହନ ଦୀର୍ଘ ସମୟ ପର୍ଯ୍ୟନ୍ତ ରେଳ ଧାରଣା ଉପରେ ଫସି ରହିଥିଲେ। ପ୍ରକାଶଯେ, ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ପଦାସାହି ସ୍ଥିତ ରେଳ ଫାଟକରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଯାହା ଫଳରେ ପଦାସାହି ଗ୍ରାମ ପଟ ରେଳ ଫାଟକ ଖୋଲିନଥିଲା। ସେପଟେ ନନ୍ଦନକାନନ ପଟୁ ଆସୁଥିବା ଯାନବାହନ ସବୁ ରେଳଫାଟକ ଅତିକ୍ରାନ୍ତ କରି ଦୀର୍ଘ ସମୟ ପର୍ଯ୍ୟନ୍ତ ରେଳ ଧାରଣା ଉପରେ ବିପଦପୂର୍ଣ୍ଣ ଭାବେ ଫସି ରହିଥିଲେ। ରେଳ ଫାଟକରେ କାର୍ଯ୍ୟରତ ଜଣେ କର୍ମଚାରୀ ବହୁ ଚେଷ୍ଟା କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା।ବହୁ ସମୟ ଧରି  ଯାତାୟାତରେ ବାଧକ ସାଜିଥିଲା। ଖବରପାଇ   ରେଳ ବିଭାଗର ଅନ୍ୟ କର୍ମଚାରୀ ଆସି ମରାମତି କରାଯିବା ପରେ ଫାଟକଟି ଖୋଲିଥିଲା ଏବଂ  ଯାତାୟତ ସ୍ଵାଭାବିକ ହୋଇଥିଲା।ଏହି ସମୟ ଭିତରେ କୌଣସି ଟ୍ରେନ ଆସିନଥିବାରୁ ରେଳ ଧାରଣା ଉପରେ ନିଜ ଗାଡି ଧରି ଛିଡା ହୋଇଥିବା ଲୋକମାନେ ଆସ୍ୱସ୍ତି ଅନୁଭବ କରିଥିଲେ।
Leave A Reply