ବାରଙ୍ଗ : ଫେଲ ମାରୁଛି ଚିକିତ୍ସା ବ୍ୟବସ୍ଥା ।ଗୋଟିଏ ପରେ ଗୋଟିଏ ବିରଳ ପ୍ରଜାତି ଜୀବଜନ୍ତୁ ଚିକିତ୍ସା ପାଇଁ ଆସି ସୁସ୍ଥ ହେବା ପରିବର୍ତ୍ତେ ମୃତ୍ୟୁ ବରଣ କରୁଛନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଦେଖିବାକୁ ମିଳୁଛି । ପୂର୍ବରୁ ସିଂହ,ବାଘ ପରି ଅନେକ ଜନ୍ତୁ ପ୍ରାଣୀ ଉଦ୍ୟାନ ର ଚିକିତ୍ସାଳୟ କୁ ଚିକିତ୍ସା ପାଇଁ ଆସି ମୃତ୍ୟୁ ବରଣ କରିଥିବା ବେଳେ ମଙ୍ଗଳବାର ଦିନ ପୁଣି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ରେ ଉଦ୍ଧାର ହୋଇ ଆସିଥିବା ଗାଡ଼ ଭାଲୁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ସୂଚନା ଯୋଗ୍ୟ ଯେ ,କେନ୍ଦୁଝର ଅଞ୍ଚଳରୁ ଅସୁସ୍ଥ ଅବସ୍ଥାରେ ଏକ ଅଣ୍ଡିରା ଗାଡ଼ ଭାଲୁ ଟି ନନ୍ଦନକାନନ ଆସିଥିଲା।ସେ କିଛିଦିନ ହେବ ବୟସାଧିକ କାଣରୁ ବିଭିନ୍ନ ରୋଗରେ ପିଡୀତ ଥିଲା । ତାର ବୟସ ୧୫ ବର୍ଷ ହୋଇଥିଲା । ଏହି ଭାଲୁ କୁ ଚିକିତ୍ସା ସତ୍ତ୍ବେ ଦିନକୁ ଦିନ ଅସୁସ୍ଥ ପରିଣାମ ବଢିଥିଲା । ତାକୁୁ କର୍ତ୍ତୁପକ୍ଷଙ୍କ ନିର୍ଦେଶକ୍ରମେ ବନ୍ୟପ୍ରାଣୀ ଚିକିତ୍ସାଳୟକୁ ଆଣି ଉନ୍ନତମାନର ଚିକିତ୍ସା କରାଯାଉଥିବାବେଳେ ଆଜି ତାର ମୃତ୍ୟୁ ଘଟିଛି।ମୃତ୍ୟୁର କାରଣ ଜାଣିବା ପାଇଁ କର୍ତ୍ତୁପକ୍ଷ ଚିକିତ୍ସକମାନଙ୍କ ଦ୍ବାରା ଭାଲୁର ଶବବ୍ୟବଛେଦ କରିଛନ୍ତି। ଶବବ୍ୟବଛେଦ ରିପୋର୍ଟ ଆସିଲେ ମୃତୁ ର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସୂଚନା ମିଳିଛି । ତେବେ ଚିକିତ୍ସା ପାଇଁ ଆସି ମୃତୁ ବରଣ କରୁଥିବାରୁ ଏଠାରେ ଫେଲ ମାରୁଛି ଚିକିତ୍ସା ବ୍ୟବସ୍ଥା ବୋଲି ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଭାଲୁ ର ମୃତ୍ୟୁ ପରେ ଏମାନଙ୍କ ସଂଖ୍ୟା ୬ କୁ ହ୍ରାସ ପାଇଛି ।