Odisha news

ଉଦଯାପିତ ହେଲା ଚୁଡ଼ଙ୍ଗଗଡ ବାରଙ୍ଗ ମହୋତ୍ସବ

0
ବାରଙ୍ଗ : ମଙ୍ଗଳବାର ଦିନଉଦଯାପିତ ହୋଇଯାଇଛି  ଚୁଡ଼ଙ୍ଗଗଡ ବାରଙ୍ଗ ମହୋତ୍ସବ ।୩ଦିନଧରି ଅନୁଷ୍ଠିତ ହେଉଥିଲା ଏହି ଉତ୍ସବ । ବେଶ୍ ମଜା ଉଠାଇଥିଲେ ଦର୍ଶକ । ବାରଙ୍ଗ ଆନନ୍ଦ ବଜାର ଗୋଲେଇ ଛକ ଠାରେ  ଏହି ମହୋତ୍ସବର ତୃତୀୟ ଦିବସ ତଥା ଉଦଯାପିତ   ସନ୍ଧ୍ୟାରେ ମହୋତ୍ସବ କମିଟି ସଭାପତି ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ସଭାରେ   ମୁଖ୍ୟଅତିଥି ଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ପୂର୍ବତନ ବିଚାରପତି ବାସୁଦେବ ପାଣିଗ୍ରାହୀ,ଓ ସଂମାନୀୟ ଅତିଥି ବାରିଷ୍ଟ ଖବରଦାତା କିଶୋର ଚନ୍ଦ୍ର ଦିବେଦୀ,  ସୁନୀଲ ସିଂ ପ୍ରମୁଖ ଯୋଗଦେଇ ଚୁଡଙ୍ଗଗଡର ପୂର୍ବ ଇତିହାସକୁ ମନେ ପକାଇବା ଓ ଜାତି ପାଇଁ ଯେଉଁମାନେ ପ୍ରାଣ ଦେଇଛନ୍ତି ସେହିକଥାକୁ ମନେ ପକାଇବାପାଇଁ ଆରମ୍ଭ କରାଯାଇଥିବା ମହୋତ୍ସବ ବାସ୍ତବିକ ସ୍ୱାଗତ ଯୋଗ୍ୟ। ଚୋଡ଼ଗଙ୍ଗଦେବଙ୍କ ରାଜତ୍ୱ ସମୟରେ ସେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ନିଜ ଅକ୍ତିଆର କୁ ଆଣିପାରିଥିଲେ ସେଇକଥା ଆଜି ଶୁଣିଲା ପରେ ଏ ମାଟିର ପିଲାମାନେ ନିଜକୁ ଗର୍ବ ଅନୁଭବ କରିବା ଦରକାର।ତେଣୁ ଉକ୍ତଳର ଗାରୀମାକୁ ବହନ କରୁଥିବା ଚୁଡଙ୍ଗଗଡ ଉପରେ ଗବେଷଣା ଓ ଏହାର  ଉର୍ଣ୍ଣତି ଆବଶ୍ୟକତା ରହିଛି ବୋଲି କହିଥିଲେ।ଶେଷରେ
 ଶ୍ୟାମ ସୁନ୍ଦର ସାହୁ ଧନ୍ୟ ବାଦ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଭୂପତି ପାଣି,ଶିବ ପ୍ରସାଦ ମହାନ୍ତି ,ଆଦିତ୍ୟ ପାଲ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ତିନିଦିନ ଧରି ଚାଲିଥିବା  ଏହି ଷଷ୍ଠ ବାର୍ଷିକ ମହୋତ୍ସବରେ  ପ୍ରବଳ ଜନସମାଗମ ହୋଇଥିବାବେଳେ  ଲୋକମାନଙ୍କ ମଧ୍ୟରେ ବହୁ ଉତ୍ସାହ ଦେଖିବାକୁ ମିଳିଥିଲା।ଆଧୁନିକଗୀତ, ଡ୍ୟାନ୍ସ ଡ୍ୟାନ୍ସ ,ପାଇକଆଖଡା ଓ ଦେଶାତ୍ମ।ବୋଧକ,ମେଲୋଡି ସହ ହାସ୍ୟ ଅଭିନେତା ପପୁ ପମ ପମଙ୍କ ଅଭିନୟ ଦେଖଣ।ହାରୀଙ୍କୁ ବେଶ ମଜା ଦେଇଥିଲେ।ସମାଜସେବା ଓ ମହୋତ୍ସବ ପରିଚାଳନାରେ ସହଯୋଗ କରିଥିବା କିଛି ଯୁବକ ମାନଙ୍କୁ ଏହି ଅବସରରେ ଅତିଥିମାନେ ସାମ୍ମାନୀତ କରିଥିଲେ।
Leave A Reply