Odisha news

ମୃତମାଆଙ୍କ ଚକ୍ଷୁଦାନ କଲେ ପୁଅ

0

ବାରଙ୍ଗ : ଡାକ୍ତରଖାନାରେ ମୃତ ମାଆଙ୍କ ଚକ୍ଷୁଦାନ କରିଛନ୍ତି ପୁଅ । ଏହିଭଳି ଏକ ଘଟଣା ବୁଧବାରଦିନ କ୍ୟାପିଟାଲ ହସ୍ପିଟାଲରେ ଘଟିଛି ।ପୁଅର ଏଭଳି କାର୍ଯ୍ୟକୁ ସବୁଆଡୁ ସାବସି ମିଳିଥିବାର ଜଣାପଡିଛି ।

ପ୍ରକାସ ଯେ, ରାଜଧାନୀ ଉପକଣ୍ଠ ବରିମୁଣ୍ଡ ପଂଚାୟତର ଟାଙ୍ଗିବନ୍ତ ଗ୍ରାମର ସୁବାସିନିମହାନ୍ତି(୫୩)ଙ୍କର ହୃଦଘାତରେ ବୁଧବାର ମୃତୁ୍ୟବରଣ ହୋଇଛି ।ସକାଳେ ଘରେ ଚଲାବୁଲା କରୁଥିବାବେଳେ ହଠାତ ସୁବାସିନି ତଳେ ପଡିଯାଇଥିଲେ ।ପରିବାରଲୋକ ତାଙ୍କୁ ଚିକିସ୍ାପାଇଁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ ।ସେଠାରେ ଡାକ୍ତର ତାଙ୍କୁ ମୃତୁ୍ୟ ଘୋଷଣା କରିଥିଲେ ।

ଏହାପରେ ତାଙ୍କର ଦୁଇପୁଅ ସନାତନ ଓ ବଟକୃଷ୍ନ ଉଭୟ ମାଆଙ୍କର ଚକ୍ଷୁଦାନ କରିବାପାଇଁ ନିଷ୍ପତି ନେଇ ଡାକ୍ତରମାନଙ୍କ ସହ କଥାହେବା ସହ ଚକ୍ଷୁଦାନ କରି ଗ୍ରାମଶ୍ମଶାନରେ ମାଆଙ୍କ ଅନ୍ତିମ ସଂସ୍କାର କରିଥିଲେ ।ପୁଅଦ୍ୱୟଙ୍କର ଏଭଳି ମହତ କାର୍ଯ୍ୟକୁ ଆଖପାଖ ଗ୍ରାମବାସୀମାନେ ପ୍ରଶଂସା କରିଛନ୍ତି ।

Leave A Reply