Odisha news

ବାରଙ୍ଗ : ୭୨ଘଂଟାପାଇଁ ଦାଢାପାଟଣା ହେଲା ସଟ୍ ଡାଉନ

0

ବାରଙ୍ଗ : ବାରଙ୍ଗବ୍ଲକର ଦାଢାପାଟଣା ଗ୍ରାମପଂଚାୟତର ଦାଢାପାଟଣା ଗ୍ରାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଁଚିଥିବାବେଳେ ୨ଜଣଙ୍କର ମୃତୁ୍ୟ ଘଟିଛି । ଏହା ଏକ ବ୍ୟବସାୟିକ ସ୍ଥଳୀ ହୋଇଥିବାରୁ ଆସନ୍ତାଦିନରେ ଗୋଷ୍ଠି ସଂକ୍ରାମଣ ହେବାର ବହୁତ ଆଶଙ୍କା ରହିଛି ।ଏଥିପାଇଁ ଦାଢାପାଟଣା ଗ୍ରାମକୁ ୭୨ଘଂଟା ପାଇଁ ସଟଡାଉନ ଘୋଷଣା କରିଛନ୍ତି ଦାଢାପାଟଣା ସରପଂଚ ସ୍ୱର୍ଣଲତାବିଶ୍ୱାଳ ।

ମଙ୍ଗଳବାର ରାତି୧୨ଟାରୁ ଶୁକ୍ରବାରରାତି୧୨ଟା ପର୍ଯ୍ୟନ୍ତ ଏହି ନୀୟମ ବଳବତର ରହିବ । କ୍ଷୀର ଓ ଔଷଧ ଦୋକାନକୁ ଛାଡି ଦାଢାପାଟଣା ସମେତ ଷ୍ଟେସନବଜାର,ଆନ୍ଦବଜାର, ସୀତାରାମବଜାର,ତେଲେଙ୍ଗାସାହି, ବଙ୍ଗାଳିସାହି, ଗଦେଇକୁଦ,ଆଦିବାସୀସାହି. ଆଦି ଅଂଚଳରେ ସଟଡାଉନ ନୀୟମ ବଳବତର ରହିବା ସହ ଅନ୍ୟ ସବୁ ଦୋକାନ ବନ୍ଦ ରହିବ ବୋଲି ସରପଂଚ କହିଛନ୍ତି ।

Leave A Reply