Odisha news

ମାଛ ଜାଲରେ କୁମ୍ଭୀର

ବାରଙ୍ଗ :ବର୍ଷ୍ୟା ଋତୁରେ ଉବୁଟୁବୁ ନଇ ନାଳ । ଏହି ସମୟରେ କେଉଟ ମାଛଧରି ଭଲ ଦୁଇପଇସା ରୋଜଗାର କରିଥାନ୍ତି । କାରଣ ଏହି ସମୟରେ ମାଛମାନେ ଉପରମୁହାଁ ହୋଇଥାନ୍ତି । ଯଦି ଜାଲରେ ମାଛ ବଦଳରେ କୁମ୍ଭୀର ପଡେ ତେବେ କଣ ହେବ । ଶେଷରେ କେଉଟ ଜାଲରେ ପଡିଥିବା କୁମ୍ଭୀରକୁ ଆଣି ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଛାଡିଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ , କଟକ ଜିଲ୍ଲା ବରଦା ଗ୍ରାମର ଜଣେ କେଉଟ ମହାନଦୀରେ ମାଛ ମାରୁଥିବା ସମୟରେ ଜାଲରେ ମାଛ ବଦଳରେ ଘଟିଆଳ କୁମ୍ଭୀର ପଡିଥିଲା ।

ପରେ ସିଟି ଫରେଷ୍ଟ ଡିଭିଜନ କୁ ଖବର ଜଣାଇଥିଲା । ସିଟି ଫରେଷ୍ଟ ଅଧିକାରୀ କୁମ୍ଭୀରକୁ ଉଦ୍ଧାର କରି ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଛାଡିବା ସହିତ କେଉଟ ଜଣକୁ ଏକ ହଜାର ଟଙ୍କା ପୁରସ୍କୃତ କରାଯାଇଥିଲା । କୁମ୍ଭୀରଟି ପ୍ରାଣୀଉଦ୍ୟାନକୁ ଆସିବା ପରେ ତାର ସ୍ୱାସ୍ଥ୍ୟ ପରିକ୍ଷା କରାଯାଇ ପ୍ରାଣୀଉଦ୍ୟାନର କୁମ୍ଭୀର ହାଚିଙ୍ଗ୍ ପୁଲରେ ଛଡାଯାଇଥିବା ସୂଚନା ମିଳିଛି । କୁମ୍ଭୀରଟି ସାତକୋଶିଆରୁ ଆସିଥିବା ଅନୁମାନ କରାଯାଇଛି ।

Comments are closed.