Odisha news

ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଆଖିବୁଜିଲା ଧଳା ବାଲି ହରୀଣ : ବଂଶ ଲୋପ

0

ବାରଙ୍ଗ : ନନ୍ଦନକାନନ ପ୍ରାଣୀଉଦ୍ୟାନରେ ରହି ପର୍ଯ୍ୟଟକଙ୍କ ମନ ମୋହିଥିବା ଏକମାତ୍ର ଥିବା ଅଣ୍ଡିରା ଧଳା ବାଲି ହରିଣ ମଙ୍ଗଳବାର ସକାଳ ସମୟରେ ମୃତୁ୍ୟ ବରଣ କରିଛି । ମୃତୁ୍ୟର କାରଣ ଅସ୍ପଷ୍ଟ ଥିବା ବେଳେ ହରୀଣ ଟି ସୁସ୍ଥ ଭାବେ ୬୬ ନଂ (ଏ) ଖୁଆଡରେ ରହି ବିଚରଣ କରୁଥିଲା । ଏହା ସହ ପର୍ଯ୍ୟଟକମାନଙ୍କ ପାଇଁ ମନରଞ୍ଜନର ଖୋରାକ ମଧ୍ୟ ସାଜିଥିଲା ।

ଏହି ହରିଣର ହଠାତ୍ ମୃତୁ୍ୟ କର୍ତ୍ତୁପକ୍ଷଙ୍କୁ ଚକିତ କରି ନନ୍ଦନକାନନରେ ବଂଶ ଲୋପ ପାଇଯାଇଥିଲା । । ସୁଚନା ଯୋଗ୍ୟ ଯେ , ୨୦୧୨ ମସିହା ମାର୍ଚ୍ଚ ୧୦ ତାରିଖରେ ପଞ୍ଜାପ ଛତିବିର୍ ଚିଡିଆଖାନାରୁ ହଳେ ଧଳା ବାଲି ହରିଣ ଆସିଥିଲା । ୨୦୧୪ ମସିହା ମାଇ ହରିଣଟି ମୃତୁ୍ୟ ପରେ ଅଣ୍ଡିରା ଟି ଏକାକୀ ହୋଇ ରହିଥିଲା । ଶେଷରେ ସାଥି ବିନା ଜୀବନ ଯାଇଥିଲା । ବ୍ୟବଛେଦ ରିପୋର୍ଟ ପରେ ମୃତୁ୍ୟର ପ୍ରକୃତ କାରଣ ଜଣାପଡିବ ବୋଲି ସୁଚନା ମିଳିଛି ।

Leave A Reply