ବନ୍ତଳା: ଅନୁଗୁଳ ବ୍ଲକ ବାରଗୋଣିଆ ପଚାଂୟତ କଲଇପଦା ରେ ଥିବା ପ୍ରାଥମିକ ବିଦ୍ୟାଳୟରେ କୋଭିଡ୍ ସେଟଂର କରିବାକୁ ନେଇ ଗ୍ରାମବାସୀ ମାନେ ଆଜି ବିରୋଧ କରିଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ମୁତାବକ ଆଜି ଅନୁଗୁଳ ବିଡିଓ ଅଂଶୁମାନ ଶତପଥି ଓ ଜେଇ ରାଜେଶ ସାହୁ କଲେଇ ପଦା ରେ ଥିବା ପ୍ରାଥମିକ ବିଦ୍ୟାଳୟରେ କୋଭିଡ୍ ସେଟଂର କରିବା ପାଇଁ ପରିଦର୍ଶନ ରେ ଯାଇଥିଲେ । ଏ କଥା ସ୍ଥାନୀୟ ଗ୍ରାମବାସୀ ଜାଣିବା ପରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ବିଡିଓ ଶ୍ରୀ ଶତପଥି ଙ୍କୁ କୋଭିଡ୍ ସେଟଂର ନ କରିବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ଅଧିକାରୀ ଜଣକ ଏଠାରେ କୋଭିଡ୍ ସେଟଂର ହେଲେ ସ୍ଥାନୀୟ ଅଚଂଳରୁ ପ୍ରବାସୀ ଓଡିଆ ମାନେ ରହିବେ ଓ ଏହା ସରକାରଙ୍କ ନିଷ୍ପତି ବୋଲି ଯୁକ୍ତି କରିଥିଲେ । ଗ୍ରାମବାସୀ ମାନେ ଦୁଇ ଅଧିକାରୀ ଙ୍କ ସହିତ ସ୍କୁଲ ଭିତରେ ଦୁଇ ଘଟାଂ ଧରି ଯୁକ୍ତି କରିଥିଲେ । ସ୍ଥାନୀୟ ଗ୍ରାମବାସୀ ମାନେ କିଛି ଶୁଣିବା ପରିସ୍ତିତି ରେ ନଥିଲେ କାଳକ୍ରମେ ଦୁଇ ଅଧିକାରୀ ଲୋକଙ୍କୁ ବୁଝାସୁଝା କରି ଉକ୍ତ ସ୍ଥାନରୁ ଚାଲି ଆସିଥିଲେ । ଏ ସମ୍ପର୍କରେ ଗ୍ରାମ ବଲାସନ ନାଏକ କୁହନ୍ତି କି ଆମ ଗ୍ରାମର ସମସ୍ତ ପ୍ରବାସୀ ମାନେ ସଙ୍ଗରୋଧ କେନ୍ଦ୍ରରେ ରହି ସାରିଲାଣି । ଆମ ଗ୍ରାମର ସମସ୍ତ ପ୍ରବାସୀ ଗାଁକୁ ଫେରିଲେଣି । ତେଣୁ ଆମ ଗ୍ରାମର କେହିବି ଏହି କୋଭିଡ୍ ସେଟଂର ରେ ରହିବେ ନାହିଁ ।
ସେଥି ପାଇଁ ଆମ ଗାଁରେ କୋଭିଡ୍ ସେଟଂର କରାଇ ଦେବୁନାହିଁ ବୋଲି କହିଛନ୍ତି । ସେହି ପରି ଗ୍ରାମର କିଶରୀ ସାହୁ କୁହନ୍ତି କି ଏଠାରେ କୋଭିଡ୍ ସେଟଂର ହେଲେ ସ୍ଥାନୀୟ ଲୋକଙ୍କ ମନରେ କୋକୁଆ ଭୟ ଖେଳିଯିବ । ଲୋକେ ଭୟରେ ଘରୁ ବାହାରକୁ ବାହାରି ପାରିବେ ନାହିଁ । ଏହି ବିଦ୍ୟାଳୟଟି ଗ୍ରାମ ନିକଟରେ ଅଛି । ଏହି ବାଟ ଦେଇ ୩ଟି ପଚାଂୟତ ଲୋକମାନେ ଯିବା ଆସିବା କରୁଛନ୍ତି । ପାଚେରୀ ନାହିଁ । ଏଥିପାଇଁ ସଂକ୍ରମଣ ବି ସହଜରେ ଗ୍ରାମବାସୀ ଙ୍କୁ ହୋଇଯିବାର ଅଧିକ ସମ୍ଭାବନା ଅଛି । ସେଥିପାଇଁ ଗ୍ରାମରେ ଥିବା ବିଦ୍ୟାଳୟରେ କୋଭିଡ୍ ସେଟଂର କରିବାକୁ ଆମେ ବିରୋଧ କରୁଛୁ ବୋଲି ସେ କହିଛନ୍ତି । ସେହିପରି ଗ୍ରାମର ଲକ୍ଷ୍ମଣ ନାଏକ, ଶଙ୍କର୍ଷଣ ନାଏକ, ଅଭିମନ୍ୟୁ ସାହୁ, ଅନିଲ ଦାସ, ସୁଜିତ୍ ସାହୁ, ଦିଲିପ ମୁଖୀ, ଅନିଲ ମୁଖୀ, ପ୍ରମୁଖ ଏକଜୁଟ ହୋଇ ଗ୍ରାମରେ ଥିବା ବିଦ୍ୟାଳୟ ପରିସରରେ କୋଭିଡ୍ ସେଟଂର ନ କରିବା ପାଇଁ କଲେଇପଦା ଗ୍ରାମକୁ ଯାଇଥିବା ସମୟରେ ବିଡିଓ ଶ୍ରୀ ଶତପଥି ଙ୍କୁ ଏକଦାବୀ ପତ୍ର ଗ୍ରାମବାସୀ ମାନେ ପ୍ରଦାନ କରିଛନ୍ତି ।
