Odisha news

ନେଟ ବ୍ୟାଙ୍କିଙ୍ଗ ପାଇଁ ପାନକାର୍ଡ ଅପଡେଟ କରିବା ବାହାନାରେ ୯୭୮୫୦ ଟଙ୍କା ଠକିନେଲେ ସାିବର ଠକ

0

ବ୍ରହ୍ମପୁର,୩୦ା୭: ଷ୍ଟେଟବ୍ୟାଙ୍କର ନେଟ ବ୍ୟାଙ୍କିଙ୍ଗ ପାଇଁ ପାନକାର୍ଡ ଅପଡେଟ କରିବାକୁ ଯାଇ ବ୍ରହ୍ମପୁରର ଜଣେ ବ୍ୟକ୍ତି ସାଇବର ଠକଙ୍କ ଶିକାର ହୋଇଛନ୍ତି ା ସାଇବର ଠକମାନେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୯୭୮୫୦ ଟଙ୍କା ଠକି ନେଇଛନ୍ତି ା ଏ ନେଇ ବ୍ରହ୍ମପୁର ଅର୍ଥନୈତିକ ଓ ସାଇବର ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଛି ା ସୂଚନାପ୍ରକାରେ, ବୈଦ୍ୟନାତପୁର ଥାନା ଅନ୍ତର୍ଗତ ବ୍ରହ୍ମାନଗର ପ୍ରଥମ ଲାଇନର ବିନୋଦ କୁମାର ପାତ୍ରଙ୍କ ନିକଟକୁ କିଛି ଦିନ ତଳେ ଏକ ମେସେଜ ଆସିଥିଲା ା ସେଥିରେ ଷ୍ଟେଟବ୍ୟାଙ୍କର ନେଟ ବ୍ୟାଙ୍କିଙ୍ଗ ବନ୍ଦ ହୋଇଯିବ ଏଥିପାଇଁ ପାନକାର୍ଡ ଅପେଡଟ କରିବାକୁ ପଡ଼ିବ ବୋଲି ଲେଖା ହୋଇଥିଲା ା ସେହିପରି କିଛି ସମୟ ପରେ ବିନୋଦଙ୍କ ନିକଟକୁ ଏକ ଅଜଣା ନମ୍ବରରୁ ଫୋନ କଲ ଆସିଥିଲା ା ଫୋନ କରିଥିବା ବ୍ୟକ୍ତି ଜଣଙ୍କ ନିଜକୁ ବ୍ୟାଙ୍କ ଅଧିକାରୀ ବୋଲି କହି ପାନକାର୍ଡ ଅପଡେଟ କରିବାକୁ କହିଥିଲେ ା ସେହିକ୍ରମରେ ବିନୋଦ ନିଜର ନେଟ ବ୍ୟାଙ୍କିଙ୍ଗ ଖୋଲି ସେଥିରେ ୟୁଜର ନେମ ଓ ପାସୱାର୍ଡ ଦେଇଥିଲେ ା ଏହାପରେ ଏକ ଓଟିପି ଆସିଥିଲା ା ଆଉ ଓଟିପି ନମ୍ବର ଦାଖଲ କରିବା ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୯୭୮୫୦ ଟଙ୍କା କଟିଯାଇଥିଲା ା ଏହାପରେ ବିନୋଦ କଷ୍ଟମର କେୟାରଙ୍କୁ ଫୋନ କରି ନିଜ ଆକାଉଣ୍ଟର ଟ୍ରାଞ୍ଜେସନ ବନ୍ଦ କରିଥିଲେ ା ସେ ସାଇବର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରି ସାଇବର ଠକଙ୍କୁ ଠାକ କରିବାକୁ ଚେଷ୍ଟା ଗାରି ରଖିଛି

Nalco
Leave A Reply