Odisha news

ବାଙ୍କୀ : କେନ୍ଦୁପଲ୍ଲୀ, ଜଗନ୍ନାଥପୁର, ବଳଭଦ୍ରପୁର ତିନିଦିନ ସଟ୍ ଡାଉନ୍, ଘୋଷଣା

0

ବାଙ୍କୀ : ବାଙ୍କୀ ବ୍ଲକର ଜଗନ୍ନାଥପୁର ପଞ୍ଚାୟତରେ ଗତଦୁଇ ଦିନ ତଳେ ଜଣେ ଯୁବତୀଙ୍କର କରୋନା ପଜିଟିଭ ବାହାରିବା ପରେ ଯୁବତୀଙ୍କର ଟ୍ରେସିଂ କରାଯାଇଥିଲା । କେଉଁ କେଉଁ ସ୍ଥାନକୁ ଯାଇ ବାହାରେ ବୁଲୁଥିଲେ ସେହି ଯୁବତୀ ଜଣକ ଲୋକାଲ କେଶ ହୋଇଥିବାରୁ ନିକଟସ୍ଥ ପତନୀ ଛକରେ ଥିବା ଏକ ଘରୋଇ କ୍ଲିନିକକୁ ଯାଇଥିଲେ ।

ବୈଦ୍ୟେଶ୍ୱର ଡାକ୍ତରଖାନା ସମ୍ମୁଖରେ ଥିବା ଏକ ଔଷଧ ଦୋକାନକୁ ଯାଇ ଥଣ୍ଡା, ଦୂର ଦେଖାଇ ଔଷଧ ଆଣିଥିଲେ । ତେଣୁ ଯେଉଁ ଯେଉଁ ସ୍ଥାନକୁ ଯୁବତୀ ଯାଇଥିଲେ ତାହାର ଟ୍ରାଭେଲ ହିଷ୍ଟ୍ରି ମଗାଯାଇଥିଲା ସେ ଯାଇଥିବା କ୍ଲିନିକର ଡାକ୍ତରଙ୍କ ସ୍ୱାବ ପରୀକ୍ଷା ପାଇଁ ପଠା ଯାଇଥିଲା ।

ଆଜି ଡାକ୍ତରଙ୍କ କରୋନା ପଜିଟିଭ ଆସିଥିବାର ଏହା ତିନି ପଞ୍ଚାୟତରେ ମଧ୍ୟ ସ୍ଥଳ ହୋଇଥିବାରୁ କେନ୍ଦୁପଲ୍ଲୀ, ବଳଭଦ୍ରପୁର, ଜଗନ୍ନାଥପୁର ପଞ୍ଚାୟତର ସାଧାରଣ ଲୋକଙ୍କ ହିତଦୃଷ୍ଟିରୁ କେନ୍ଦୁପଲ୍ଲୀ ସରପଞ୍ଚ ତିନି ଦିନିଆ ସଟଡାଉନ ଘୋଷଣା କରିଛନ୍ତି । ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ସଟଡାଉନ କାର୍ଯ୍ୟକାରୀ କରାଯିବ । କରୋନା ଏବେ ଗ୍ରାମାଞ୍ଚଳରେ କାୟା ବିସ୍ତାର କରିବାରେ ଲାଗିଛି ଏଣୁ ସାଧାରଣ ଲୋକେ ଘରେ ରହି ସୁରକ୍ଷିତ ଅବସ୍ଥାରେ ରହିବା ପାଇଁ ପରାମର୍ଶ ଦିଆଯାଇଛି ।

Leave A Reply