ରାଉରକେଲା ସହରର କନ୍ଦାବାହଲ ଅଂଚଳରେ ଆଜି ଅପରାହ୍ନ ୩ ଟା ପାଖାପାଖି ଘଟିଛି ଏହି ଅପରାଧିକ ଘଟଣା । ଚାରି ଜଣ ଦୁର୍ବୃତ୍ତ ପିସ୍ତଲ ଦେଖାଇ ବ୍ୟାଙ୍କର ୨ ଲକ୍ଷ 80 ହଜାର ଟଙ୍କା ସହ ବ୍ୟାଙ୍କ କ୍ୟାସିୟରଙ୍କ ସୁନାଚେନ ଓ ସମସ୍ତ ବ୍ୟାଙ୍କ କର୍ମଚାରୀଙ୍କ ମୋବାଇଲ ଫୋନ ଲୁଟି ଫେରାର ହୋଇଯାଇଛନ୍ତି । ଲୁଟ ସୂଚନା ମିଳିବା ପରେ ସୁନ୍ଦରଗଡ ଏସପି ଓ ରାଉରକେଲା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ସାଇଣ୍ଟିଫିକ ଟିମ ଦ୍ୱାରା ତଦନ୍ତ ଜାରି ରଖିଛନ୍ତି ।
ତେବେ ସ୍ପଷ୍ଟ ଦିବା ଲୋକରେ ଦୁର୍ବୃତ୍ତଙ୍କ ଏହି କାଣ୍ଡ ଜିଲ୍ଲା ପୋଲିଶର ମୁଣ୍ଡ ବ୍ୟଥାର କାରଣ ହୋଇଛି । ଦୁର୍ବୃତ୍ତଙ୍କୁ ଧରିବା ନେଇ ବ୍ୟାଙ୍କ ସିସିଟିଭି ଫୁଟେଜକୁ ପୋଲିଶ ଯାଞ୍ଚ କରିବା ଆରମ୍ଭ କରିଛି । ଚାରି ଜଣ ଦୁର୍ବୃତ୍ତ ବ୍ୟାଙ୍କ ପରିସରକୁ ପିସ୍ତଲ ସହ ଆସିଥିବା ବେଳେ ବାହାରେ କିଏ ଥିଲା କି ନାହିଁ ସେ ନେଇ ବ୍ୟାଙ୍କ କର୍ମଚାରୀ ମାନେ ଅଜ୍ଞ ଥିବା ଜଣା ପଡିଛି । ତେବେ ଦୁର୍ବୃତ୍ତଙ୍କୁ ଧରିବା ନେଇ ଜିଲ୍ଲାର ସମସ୍ତ ସୀମାନ୍ତ ରାସ୍ତାକୁ ପୋଲିଶ ସିଲ କରି ଅନୁସନ୍ଧାନ ଜାରି ରଖିଥିବା କଥା ଜଣା ପଡିଛି ।
Comments are closed.