ବଙ୍ଗଳାଦେଶରେ ପାଖାପାଖି ଗୋଟିଏ ମାସ ହେବ ଆରକ୍ଷଣ ବିରୁଦ୍ଧରେ ଆନ୍ଦୋଳନ ଚାଲିଛି, ଏହି ଆନ୍ଦୋଳନ ବିରୁଦ୍ଧରେ ଶେଖ ହସିନା ନିଜର କଠୋରତା ଦେଖାଇ ଗାଦିଚ୍ୟୁତ ହୋଇଛନ୍ତି l ଶେଷରେ ପରିସ୍ଥିତି ଏପରି ବିଗିଡି ଗଲା ଯେ ୪ ଅଗଷ୍ଟ ଦିନ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡି ପଳାୟନ କରିଥିଲେ l ଏହି ସ୍ଥିତିରେ ପ୍ରାୟ ସମସ୍ତଙ୍କର ଇଛା ରହିଛି ଯେ ପରିସ୍ଥିତି ଏଭଳି କଣ ଥିଲା , ଯେଉଁ କାରଣରୁ ଜଣେ ପ୍ରଧାନମନ୍ତ୍ରୀ ଦେଶ ଛାଡି ପଳାୟନ କରିଥିଲା l
ଏହି ସମସ୍ତ ଘଟଣା ପଛରେ ରହିଛନ୍ତି ୩ଜଣ ଛାତ୍ର –
ସେମାନେ ହେଲେ ନାହିଦ ଇସ୍ଲାମ, ଆସିଫ ମେହମୁଦ ଓ ଅବୁ ବକର ମଜୁମଦାର l ଏହି ତିନିଜଣ ଛାତ୍ର ଢାକା ୟୁନିଭର୍ସିଟି ରେ ପଢୁଛନ୍ତି, ଏବଂ ଆରକ୍ଷଣ ବିରୁଦ୍ଧରେ ଚାଲିଥିବା ଆନ୍ଦୋଳନ ର ମୁଖ୍ୟ ପୁରୋଧା ଅଟନ୍ତି l ସୂଚନା ଅନୁସାରେ ଏହି ତିନି ଛାତ୍ର ଜୁଲାଇ ୧୯ ରେ ନିଖୋଜ ହୋଇଯାଇ ଥିଲେ l ଏହାପରେ ସେମାନଙ୍କୁ ଅନେକ ପଚରାଉଚରା କରାଯାଇ ଥିଲା ଏବଂ ନିର୍ଯ୍ୟାତନା ମଧ୍ୟ ଦିଆଯାଇ ଥିଲା l ଏହାପରେ ଜୁଲାଇ ୨୬ ତାରିଖ ଦିନ ଛାଡି ଦିଆଯାଇଥଲା l ଏହାପରେ ଆନ୍ଦୋଳନ ଅଧିକ ତୀବ୍ର ରୂପ ଧାରଣ କରିଥିଲା ଏବଂ ୧୦ ଦିନ ମଧ୍ୟରେ ସବୁକିଛି ବଦଳି ଯାଇଥିଲା l ବର୍ତମାନ ଦେଶର ଶାସନ ଡୋର ସେନା ହାତରେ l ଅନ୍ତରୀମ ସରକାର ଗଠନ ପ୍ରକ୍ରିୟା ରେ ଏହି ତିନି ଛାତ୍ର ଙ୍କର ମଧ୍ୟ ବଡ଼ ଭୂମିକା ରହିଛି l
– ନାହିଦ୍ ଇସ୍ଲାମ ହେଉଛନ୍ତି ଏହି ଆନ୍ଦୋଳନ ର ସବୁଠୁ ବଡ଼ ଚେହେରା, ଏବଂ ସେ ଢାକା ବିଶ୍ୱବିଦ୍ୟାଳୟ ର ସମାଜ ଶାସ୍ତ୍ର ରେ ଅଧ୍ୟୟନ ରତ l ସେ ଏହି ଛାତ୍ର ଆନ୍ଦୋଳନ ର ମୁଖ୍ୟ ନେତା ଅଟନ୍ତି ଏବଂ ଯାହାର ନାମ ହେଉଛି ସ୍ଟୁଡେଣ୍ଟ ଏଗ୍ନେଷ୍ଟ ଡ଼ିସକ୍ରିମିନେସନ ମୁଭ ମେଣ୍ଟ ଅଟେ l ଏହି ଛାତ୍ର ମାନଙ୍କର ଦାବୀ ରହିଥିଲା ଯେ ଆରକ୍ଷଣ ସିଷ୍ଟମ କୁ ଉଠାଇ ଦିଆଯାଉ l କାହିଁକି ନା ଏହି ଆରକ୍ଷଣ ଜରିଆରେ ୩୦ ପ୍ରତିଶତ ଆରକ୍ଷଣ ବଙ୍ଗଳାଦେଶ ମୁକ୍ତି ସଂଗ୍ରାମ ରେ ଅଂଶ ଗ୍ରହଣ କରିଥିବା ସଂଗ୍ରାମୀ ମାନଙ୍କ ଆତ୍ମୀୟ ଙ୍କୁ ମିଳୁଥିଲା l
ବଙ୍ଗଳାଦେଶ ର ଆରକ୍ଷଣ ନୀତି କଣ , ଯାହାକୁ ନେଇ ହୋଇଥିଲା ଛାତ୍ର ଅସନ୍ତୋଷ –
ବଙ୍ଗଳାଦେଶ ରେ ସମୁଦାୟ ୫୬ ପ୍ରତିଶତ ଆରକ୍ଷଣ ଫାର୍ଷ୍ଟ ଓ ସେକେଣ୍ଡ କ୍ଲାସ ଚାକିରୀ କରୁଥିବା ବ୍ୟକ୍ତିଙ୍କୁ ମିଳିଥାଏ l ଏହି ବ୍ୟବସ୍ଥା କୁ ଭେଦଭାବ ଏବଂ ରାଜନୈତିକ ଲାଭ ପାଇଁ ବ୍ୟବହାର କରାଯାଉ ଥିଲା l ଯାହାକି ଏହି ଛାତ୍ର ନେତାମାନେ ଆଦୌ ଗ୍ରହଣ କରୁ ନଥିଲେ , କାହିଁକି ନା ଯିଏ ପାଠ ପଢି ନିଜର ସାରା ଜୀବନ ଲଗାଇ ଦେଉଥିବ ଖଣ୍ଡିଏ ସରକାରୀ ଚାକିରୀ ପାଇଁ ସେଠାରେ କୋଟା ସିଷ୍ଟମ ରେ ଚାକିରୀ ପାଉଥିବେ ଅଳ୍ପ ଶିକ୍ଷିତ ଓ ମୂର୍ଖ ମାନେ l ଏହି ତିନି ଯୁବ ଛାତ୍ର ନେତା ବଙ୍ଗଳାଦେଶ ରେ ନୂଆ କ୍ରାନ୍ତିର ଯୁଗ ଆଣିଛନ୍ତି ବୋଲି କୁହାଯାଉଛି l