Odisha news

ବିଶ୍ୱର ୧୫୦ ଦେଶରେ ବଙ୍ଗଳାଦେଶ ବିରୁଦ୍ଧରେ ପ୍ରଦର୍ଶନ ,ହିନ୍ଦୁମାନଙ୍କ ହତ୍ୟାକୁ ନେଇ ବିରୋଧ

ନୂଆଦିଲ୍ଲୀ : ବଙ୍ଗଳାଦେଶରେ ହିନ୍ଦୁ ଓ ମନ୍ଦିର ଗୁଡିକ ଉପରେ ଆକ୍ରମଣ କୁ ନେଇ ସାରା ବିଶ୍ୱରେ ପ୍ରଦର୍ଶନ ଜାରି ରହିଛି l ପାଖାପାଖି ୧୫୦ ଦେଶରେ ବଙ୍ଗଳାଦେଶ ବିରୁଦ୍ଧରେ ସମସ୍ତ ଇସ୍କନ ମନ୍ଦିରରେ ପ୍ରଦର୍ଶନ କରାଯାଇଛି l ଇସ୍କନ ମନ୍ଦିର ପକ୍ଷରୁ ହିନ୍ଦୁ ମାନଙ୍କ ପାଇଁ ପ୍ରାର୍ଥନା କରାଯାଉଛି l ବଙ୍ଗଳାଦେଶରେ ଯେପରି ଭାବରେ ହିନ୍ଦୁ ମନ୍ଦିର ଗୁଡିକୁ ଟାର୍ଗେଟ କରାଯାଉଛି ,ଯେଉଁ କାରଣରୁ ଇସ୍କନ ସହିତ ଯୋଡି ହୋଇଥିବା ବିଶ୍ୱର ସମସ୍ତ ଦେଶ ଖୁବ ଦୁଃଖିତ ଅଛନ୍ତି l

ଏହି କାରଣରୁ ଆମେରିକା, ରୁଷ, ଅଷ୍ଟ୍ରେଲିଆ, ଭାରତ,ସମେତ ବିଭିନ୍ନ ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି l ସମସ୍ତେ ବଙ୍ଗଳା ଦେଶର ଅଳ୍ପସଂଖ୍ୟକ ଙ୍କୁ ସମର୍ଥନ କରୁଛନ୍ତି l ବଙ୍ଗଳାଦେଶରେ ୧୭ଟି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଛି l  ବଙ୍ଗଳାଦେଶରେ ଇସ୍କନ ମନ୍ଦିରରେ ମଧ୍ୟ ଭଙ୍ଗାରୁଜା କରାଯାଇଛି l ଭକ୍ତ ମାନଙ୍କୁ ଆକ୍ରମଣ କରାଯାଇଛି l ଏହି ଆକ୍ରମଣରେ ୬ ଜଣଙ୍କର ମୃତ୍ୟୁ ହୋଇଛି ଓ ଅନେକ ଲୋକ ଆହତ ହୋଇଛନ୍ତି l

ପଶ୍ଚିମ ବଙ୍ଗର ଇସ୍କନ ମନ୍ଦିରରେ ମଧ୍ୟ ପ୍ରଦର୍ଶନ ଜାରି ରହିଛି l  ବଙ୍ଗଳାଦେଶରେ ମୃତ୍ୟୁ ବରଂ କରିଥିବା ଅଳ୍ପସଂଖ୍ୟକ ମାନଙ୍କ ଫଟୋକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି l ସାରା ବିଶ୍ୱରେ ପ୍ରାୟ ୭୦୦ ମନ୍ଦିରରେ ବିରୋଧ ପ୍ରଦର୍ଶନ ଜାରି ରହିଛି l କଲିକତା ଇସ୍କନ ମନ୍ଦିରର ପ୍ରଵକ୍ତାକହିଛନ୍ତି ଏହି ପ୍ରଦର୍ଶନ ଟୋକିଓ ରୁ ଆରମ୍ଭ ହୋଇଛି ଓ ଟୋରାଣ୍ଟୋ ପର୍ଯ୍ୟନ୍ତ ଚାଲିବ l ୟୁରୋପ ରୁ ନେଇ ଆମେରିକା ପର୍ଯ୍ୟନ୍ତ ଏହି ପ୍ରଦର୍ଶନ ଜାରି ରହିଛି l

Comments are closed.