ହିଂସାରେ ଜଳୁଛି ବାଙ୍ଗଲାଦେଶ ,ତେଜୁଛି ଉତେଜନାର ସ୍ୱର , ହିନ୍ଦୁଙ୍କ ଜୀବନ ବିପଦ ରେ , ଏଥିପାଇଁ ଦାୟୀ କିଏ ? କଣ ହେବକି ନୂଆ ପରିବର୍ତ୍ତନ ? ନା ଏହିଭଳି ହିନ୍ଦୁ ଙ୍କ ଜୀବନ ପଡୁଥିବ ବଳି ?
ଦିନକୁ ଦିନ ବୃଦ୍ଧି ପାଉଛି ବାଙ୍ଗଲାଦେଶ ହିଂସା , ତେଜୁଛି ହିନ୍ଦୁ ବିରୋଧୀ ହିଂସା , ଅସମ୍ଭାଳ ହେଉଛି ଦେଶର ପରିସ୍ଥିତି l ଗତବର୍ଷ ଶେଖ ହସିନା ଙ୍କ ବିରୁଦ୍ଧରେ ଛାତ୍ର ଆନ୍ଦୋଳନ ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଇନକିଲାବ୍ ମଞ୍ଚ ର ଉଷ୍ମାନ ହାଦି ଗତ ସପ୍ତାହ ରେ ଅଜଣା ବାଇକ ଆରୋହୀ ଙ୍କ ଗୁଳି ଆକ୍ରମଣ ରେ ଆହତ ହୋଇ ସିଙ୍ଗାପୁର ରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇ ଥିଲା , ଏହାପରେ ବାଙ୍ଗଲାଦେଶ ରେ ହିଂସା ନେଇଥିଲା ତୀବ୍ର ରୂପ l
ସ୍ଥିତି ଏପରି ଅସମ୍ଭାଳ ହୋଇଯାଇଥିଲା ଯେ ବାଙ୍ଗଲାଦେଶ ର ସଂସ୍ଥାପକ ଶେଖ ମୁଜିଉର ରହମାନ ଙ୍କ ଘର ଓ ସଂସ୍କୃତିକ କେନ୍ଦ୍ର ଛାୟା ନଉତ କୁ ମଧ୍ୟ କ୍ଷତି ଘଟାଇ ଥିଲେ ଉତେଜନା କାରୀ l
ଏବଂ ସେଥିରୁ ବାଦ ପଡି ନଥିଲେ ଜଣେ ନିରୀହ ହିନ୍ଦୁ ଯୁବକ, ଯାହାଙ୍କ ନାମ ଥିଲା ଦିପୁ ଚନ୍ଦ୍ର ଦାସ , ବୟସ ମାତ୍ର ୩୦ ବର୍ଷ ଓ ସେ ସ୍ଥାନୟ ଗୋଟିଏ କପଡା ମିଲ ରେ କାମ କରି ଭଡାରେ ରହୁଥିଲେ l ଅତି ଘୃଣ୍ୟ ଭାବରେ ଉତେଜନା କାରୀ ଙ୍କ ବର୍ବରତା ର ଶିକାର ହୋଇ ନିଜ ଜୀବନ ହାରିଥିଲେ ଦିପୁ l କଣ ହିନ୍ଦୁ ହେବା ଦିପୁ ଙ୍କର ଥିଲା ଭୁଲ ନା ବାଙ୍ଗଲାଦେଶ ରେ ବାସିନ୍ଦା ହେବାଟା ଥିଲା ଭୁଲ ?
ଉପଦ୍ରବ କାରି ଙ୍କ ବର୍ବରତା ଏପରି ରୂପ ନେଇଥିଲା ଯେ ଦିପୁ ଙ୍କୁ ପିଟି ପିଟି ମାରି ଦେଇଥିଲେ , କେବଳ ଏତିକି ରେ ଥମି ନଥିଲା ଉପଦ୍ରବି ଙ୍କ ହିଂସା , ଏହାପରେ ଦିପୁ ର ମୃତ ଦେହ କୁ ଗୋଟିଏ ଗଛ ରେ ଟାଙ୍ଗି ଜାଳି ଦେଇଥିଲେ l ଏବଂ ଏହାର ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆ ରେ ଭାଇରଲ କରିଥିଲେ l ଯାହା ପ୍ରମାଣ କରିଥିଲା ଯେ ବାଙ୍ଗଲାଦେଶ ରେ ହିନ୍ଦୁ ସମ୍ପୂର୍ଣ ଅସୁରକ୍ଷିତ l
ଗତ ଗୁରୁବାର ଦିନ ଦିପୁ ଙ୍କ ଉପରେ ଗୋଟିଏ ଗୋଷ୍ଠୀ ଈଶନିନ୍ଦା ର ଗମ୍ଭୀର ଆରୋପ ଲଗାଇଥିଲେ , ସୂଚନା ଯୋଗ୍ୟ ଯେ ଦିପୁ ପେଙ୍ଗବର ମହମଦ ଙ୍କ ଉପରେ ଆପତ୍ତି ଜନକ ଟିପ୍ପଣୀ ଦେଇଥିଲେ , ଏବଂ ଏହାପରେ ଉପଦ୍ରବ କାରୀ ଙ୍କ ହିଂସା ର ଶିକାର ହୋଇଥିଲା ଦିପୁ , ଭାରତର ୨ ଟି ପଡୋଶୀ ମୁସ୍ଲିମ ରାଷ୍ଟ୍ର ରେ ଆଜି ହିନ୍ଦୁ ଅସୁରକ୍ଷିତ l ଏହା କଣ ମାନବାଧିକାର ଉଲଂଘନ ନୁହେଁ କି ?
