Odisha news

ଏରସମା ବ୍ଲକ ସମ୍ମୁଖରେ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଙ୍କ ଧାରଣା

0

ବାଲିତୁଠ୩୧/୧ ଏରସମା ବ୍ଲକ  ପଞ୍ଚାୟତ ସମିତି ଅଧିନିୟମକୁ ଉଲଂଘନ କରି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ବଦଳରେ ଶିଆଳି ବେଳାଭୂମି ଠାରେ ପଞ୍ଚାୟତ ସମିତି ବୈଠକ କରିବା ପ୍ରତିବାଦରେ 21ଜଣ ସରପଞ୍ଚ ଓ ସମିତିସଭ୍ୟଏରସମା ବ୍ଲକ ସମ୍ମୁଖରେ ଧାରଣାରେ ବସିଛନ୍ତି l ଉଲ୍ଲେଖଯୋଗ୍ୟ ପଞ୍ଚାୟତ ସମିତି ନିୟମ ଅନୁଯାୟୀ ପ୍ରତି 2 ମାସରେ ଥରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହେବା କଥା କିନ୍ତୁ ଦୁଃଖର ବିଷୟ ଏରସମା ବ୍ଲକ ବିଡ଼ିଓ ଓ ଅଧକ୍ଷା ଦୀର୍ଘ 9 ମାସ ହେବ ପଞ୍ଚାୟତ ସମିତି ବୈଠକ କରୁନାହାନ୍ତି l ସରପଞ୍ଚ ଓ ସମିତି ସଭ୍ୟମାନେ ଲେଖିକି ଦାବିପତ୍ର ଦେବା ପରେ ଅଧକ୍ଷା ପଞ୍ଚାୟତ ସମିତି ବୈଠକ ଡାକିଥିଲେ ମଧ୍ୟ ତାହା ବ୍ଲକ ସମ୍ମିଳନୀ କକ୍ଷରେ ନ ଡାକି ସମୁଦ୍ର ବେଳାଭୂମି ଶିଆଳି ଠାରେ ଡାକିଛନ୍ତି l ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ପଞ୍ଚାୟତ ସମିତି ବୈଠକ ହୋଇଥିବା ବେଳେ ଓ ଜନସାଧାରଣଙ୍କ ବିଭିନ୍ନ ବହୁବିଧ ସମସ୍ୟା ସମ୍ପର୍କରେ ଆଲୋଚନା ହେବାର ଥିବା ବେଳେ ପଞ୍ଚାୟତ ସମିତି ବୈଠକ ବେଳାଭୂମିଠାରେ ଅନୁଷ୍ଠିତ କରିବା କେତେଦୂର ସମିଚୀନ ସରପଞ୍ଚ ଓ ସମିତିସଭ୍ୟ ମାନେ ପ୍ରଶ୍ନ କରିଛନ୍ତି l ଯଦି ବ୍ଲକ ଅଧ୍ୟକ୍ଷା ଓ ବିଡ଼ିଓ ଏ ସମସ୍ୟାର ସମାଧାନ ପୂର୍ବକ ପଞ୍ଚାୟତ ସମିତି ବୈଠକକୁ ବାତିଲ କରି ପଞ୍ଚାୟତ ସମିତି ନିୟମ ଅନୁଯାୟୀ 14 ଦିନ ମଧ୍ୟରେ ପୁନର୍ବାର ପଞ୍ଚାୟତ ସମିତି ବୈଠକ ଆହୁତ ନକଲେ ସରପଞ୍ଚ ଓ ସମିତି ସଭ୍ୟମାନେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ପଂଚାୟତରାଜ ସଚିବଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବେ ବୋଲି ଚେତାବନୀ ଦେଇଛନ୍ତି l ଏହି ଧାରଣାସ୍ଥଳରେ ଏରସମା ସରପଞ୍ଚ ସଙ୍ଘ ସଭାପତି ସଚ୍ଚିଦାନନ୍ଦ ଦାସ ଓ ସମିତି ସଭ୍ୟ ସଙ୍ଘ ସଭାପତି ସୁନୀଲ ଗୋଛାୟତ, ବ୍ଲକ ଉପାଧ୍ୟକ୍ଷ ବିକାଶ କୁମାର ପରିଡା, କୃଷ୍ଣଚନ୍ଦ୍ରପୁର ସରପଞ୍ଚ ସ୍ବର୍ଣ୍ଣପ୍ରଭା ଦଳାଇ ପ୍ରମୁଖ ଧାରଣା ସ୍ଥଳରେ ପଂହଁଞ୍ଚି ଦାବୀ ପ୍ରତି ସମବେଦନା ଜଣାଇବା ସହିତ ଆଜିର ପଞ୍ଚାୟତ ସମିତି ବୈଠକକୁ ବାତିଲ କରିବା ପାଈଁ ଚେଷ୍ଟା କରିବାର ପ୍ରତିଶୃତି ପ୍ରଦାନ କରିଥିଲେ l ଏହି ଧାରଣାରେ ସୋମପୁର ସରପଞ୍ଚ ସୁକାନ୍ତି ରାଉତ, ନାରଦିଆ ସରପଞ୍ଚ ସୀମାଇ ଚନ୍ଦ୍ର ଭୋଳ, ସମିତି ସଭ୍ୟ ପ୍ରଫୁଲ୍ଲ ପାଳ, ପଇଦା ସରପଞ୍ଚ ଦିପ୍ତୀରାଣୀ ପ୍ରଧାନ, ପଦ୍ମପୁର ସମିତି ସଭ୍ୟ ନାରାୟଣ ସେଠି, ଗଡ଼ବିଶୁନପୁର ସରପଞ୍ଚ ରାଜେଶ ପ୍ରଧାନ,ଆମ୍ବିକି ସରପଞ୍ଚ ରଞ୍ଜନ କୁମାର ଜେଠି, ଜିରାଇଲୋ ସରପଞ୍ଚ ଭାରତୀ ସାହୁ, ସମିତି ସଭ୍ୟ ରଘୁନାଥ ସ୍ୱାଇଁ, ପଲ୍ଲୀକଣ୍ଟା ସରପଞ୍ଚ ରଶ୍ମିତା ସ୍ୱାଇଁ, ସମିତି ସଭ୍ୟା ସନ୍ଧ୍ୟାରାଣୀ କୁଅଁର, ଭିତର ଅନ୍ଧାରି ସରପଞ୍ଚ ଭୁବନେଶ୍ୱରୀ ମାଝୀ, କୁଞ୍ଜକୋଠି ସମିତି ସଭ୍ୟ ମଧୁସ୍ମିତା ସ୍ୱାଇଁ, ବଳେଇପୁର ସରପଞ୍ଚ ସୁଷମା ସ୍ୱାଇଁ, ସମିତି ସଭ୍ୟା ସଂଗୀତା ପ୍ରିୟଦର୍ଶିନୀ ନାୟକ, ଚଟୁଆ ସରପଞ୍ଚ ପ୍ରକାଶ ସୁନ୍ଦରାୟ, ବାଲିତୁଠ ସରପଞ୍ଚ ପ୍ରଫୁଲ୍ଲ ଦାସ, ବାମଦେଇପୁର ସମିତି ସଭ୍ୟ ବିକ୍ରମ ମହାପାତ୍ର, ନୂଆଗାଁ ସରପଞ୍ଚ ସୁଚିତ୍ରା ମନ୍ତ୍ରୀ, ସମିତି ସଭ୍ୟା ଶଶ୍ମିତା ପଶାୟତ, ଢ଼ିଙ୍କିଆ ସମିତି ସଭ୍ୟା ମିତାଞ୍ଜଳି ଭୋଇ ଓ 4ନମ୍ବର ଜିଲ୍ଲା ପରିଷଦ ସଭ୍ୟ ପିନାକୀ ନାରାୟଣ ଦାସ ପ୍ରମୁଖ ଯୋଗ ଦେଇଥିଲେ l

Nalco
Leave A Reply