Odisha news

ସଂଘବଦ୍ଧ ଆକ୍ରମଣରେ ଜଣେ ଗୁରୁତର

0
ବାଲିପାଟଣା ୧୫/୦୫ : ବାଲିପାଟଣା ଥାନା ଅନ୍ତର୍ଗତ ମାର୍ଥାପୁର ଗ୍ରାମର ସୁରେନ୍ଦ୍ର ପାତ୍ରଙ୍କ ପୁଅ ପ୍ରଶାନ୍ତ ପାତ୍ର ନିଜର ଏକ କୋଠା ଘରର କାମ ଚାଲିଥିବା ବେଳେ ପାଖ ପଡୋଶୀ ଘର ସହିତ ଝଗଡ଼ା ଲାଗିଥିଲା। କିଛି ସମୟ ପରେ ଜଗନ୍ନାଥ ପାତ୍ର (୨୦), ରଞ୍ଜନ ପାତ୍ର(୨୫), ଭାବଗ୍ରାହୀ ପାତ୍ର(୬୫), ବିନୋଦ ପାତ୍ର(୫୦), ଆନନ୍ଦ ପାତ୍ର(୪୫), ରିଙ୍କୁ ପାତ୍ର, ବାଉରୀବନ୍ଧୁ ପାତ୍ର (୨୦) ଓ ବାସନ୍ତୀ ପାତ୍ର (୪୫)ସେଠାରେ ପହଞ୍ଚି ପ୍ରଶାନ୍ତ ଓ ତାଙ୍କ ପତ୍ନୀ ମିତାଲିଙ୍କୁ ଅସଭ୍ୟ ଭାଷାରେ ସୋଦା ବକା କରିଥିଲେ। ପ୍ରଶାନ୍ତ ଏହାର ପ୍ରତିବାଦ କରିବାରୁ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ମାରଣାସ୍ତ୍ର ଧରି ସଂଘବଦ୍ଧ ଆକ୍ରମଣ କରିଥିଲେ । ପ୍ରଶାନ୍ତଙ୍କୁ ଏକ ଖଣ୍ଡାରେ ହାଣି   ଗୋଟିଏ ସୁନା ଚେନ ଓ ୪୦ ହଜାର ଟଙ୍କା ଛଡ଼ାଇ ନେଇଥିବା ପ୍ରଶାନ୍ତଙ୍କ ପତ୍ନୀ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରଞ୍ଜନ ପାତ୍ରକୁ ଗିରଫ କରି ଥିବା ବେଳେ ଅନ୍ୟମାନେ ଫେରାଇ ଅଛନ୍ତି ବୋଲି ଆଇ ଆଇ ସି ଓମ୍ ପ୍ରକାଶ ମହାନ୍ତି ପ୍ରକାଶ କରିଛନ୍ତି ।ପ୍ରଶାନ୍ତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ ବାଲିପାଟଣା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରିଥିଲେ।ପରେ ଅବସ୍ଥା ଖରାପ ହେବାରୁ ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲକୁ
ଉତ୍ତମ ଚିକିତ୍ସା ପାଇଁ ପଠାଇ ଦେଇଛନ୍ତି। କେସ ନଂ ୧୬୫/୨୦୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଛି ବାଲିପାଟଣା ପୋଲିସ।
Nalco
Leave A Reply