Odisha news

ମନରେଗା ଯୋଜନା ବାଟବଣା ଖେଳ ପଡିଆ ଉନ୍ନତି କରଣ ନାମ ରେ ଟଙ୍କା ଲୁଟ

0

ଦଶପଲ୍ଲା୧୫/୫ : ପାଠ ପଢା ସହ ଖେଳ କୁ ସରକାର ଗୁରୁତ୍ବ ଦେଇଛନ୍ତି । ବିଦ୍ୟାଳୟ ର ଉନ୍ନତି ସହ ଖେଳ ପାଇଁ ଖେଳ ପଡିଆ ର ଆବଶ୍ୟକତା ଥିବା ବେଳେ ଖେଳ ପଡିଆର ଉନ୍ନତି କରଣ ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ଖେଳ ପଡିଆ ର ଉନ୍ନତି କରଣ କରା ନ ଯାଇ ଲକ୍ଷ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହେଉଛି । ଏଭଳି ଘଟଣା ଦେଖିବାକୁ ମିଳିଛି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ,କୁଲୁରୁକୁମ୍ପା ରେ । ଏହି ବିଦ୍ୟାଳୟ ଟି ସରକାର ଙ୍କ ୫ଟି ରେ ସାମିଲ ହୋଇଛି । ବିଦ୍ୟାଳୟ ର ଖେଳ ପଡିଆ ଉନ୍ନତି କରଣ ପାଇଁ ମନରେଗା ଯୋଜନାରେ ୨୦୨୦-୨୧ ମସିହା ଆର୍ଥିକ ବର୍ଷ ରେ ପାଞ୍ଚ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ପୁଣି ବିଦ୍ୟାଳୟ ଟି ୫ଟି ରେ ସାମିଲ ହେବା ପରେ ମନରେଗା ଯୋଜନାରେ ୨୦୨୨-୨୩ ଆର୍ଥିକ ବର୍ଷ ରେ ପୁଣି ଖେଳ ପଡିଆ ର ଉନ୍ନତି କରଣ ପାଇଁ ୫ ଲକ୍ଷ୍ୟ ଟଙ୍କା ମଞ୍ଜୁର କରାଯାଇଛି । ଏପରିକି ୨୦୨୦-୨୧ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ଖେଳ ପଡିଆ ଉନ୍ନତି କରଣ ପାଇଁ ଦିଆ ଯାଇଥିବା ୫ଲକ୍ଷ୍ୟ ଟଙ୍କା ମଧ୍ୟରୁ ଠିକା ନେଇଥିବା ଠିକାଦାର ମାନଙ୍କୁ ୧ ଲକ୍ଷ୍ୟ ରୁ ଉର୍ଦ୍ଧ ଟଙ୍କା ପ୍ରଦାନ କରାଯାଇ ନ ଥିବା ବେଳେ ଏ ସମ୍ପର୍କରେ ବିଭିନ୍ନ ସମୟ ରେ ମନରେଗା ଅଭିଯୋଗ ଶୁଣାଣୀ ଶିବିରରେ ଆଲୋଚନା କରାଯାଉଥିଲେ ମଧ୍ୟ ବକେୟା ଅର୍ଥ ପ୍ରଦାନ କରାଯାଇନାହିଁ । ଅନ୍ୟ ପାର୍ଶ୍ଵରେ ଏବେ ପୁଣି ୨୦୨୨-୨୩ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ଖେଳ ପଡିଆ ର ଉନ୍ନତି କରଣ ପାଇଁ ପାଞ୍ଚ ଲକ୍ଷ୍ୟ ଟଙ୍କା ମଞ୍ଜୁର କରାଯାଇଛି । ମାତ୍ର ଖେଳ ପଡ଼ିଆରେ ମାଟି ଗାଣ୍ଡୁଆ ଟେ ପଡ଼ି ନଥିବା ବେଳେ ଅର୍ଥ ଲୁଟ କରାଯାଇଥିବା ଅଭିଯୋଗ ହେଉଛି । କେବଳ ସେତିକି ନୁହେଁ ଖେଳ ପଡିଆର ଉନ୍ନତି କରଣ ପାଇଁ ମନରେଗା ଯୋଜନାରେ ଯେଉଁ ଅର୍ଥ ପ୍ରଦାନ କରାଯାଇଛି ସେହି ଅର୍ଥରୁ ୨ ରୁ ୩ ଲକ୍ଷ୍ୟ ଟଙ୍କା ଲୁଟ କରାଯାଇଥିବା ଅଭିଯୋଗ ହେଉଛି । ଏପରି କି ସୂଚନା ଫଳକରେ ସମ୍ପୂର୍ଣ୍ଣ ତଥ୍ୟ ଲେଖା ଯାଇ ନଥିବା ବେଳେ ଏହି ତଥ୍ୟ କୁ ଲୁଚାଇ ସମ୍ପୂର୍ଣ୍ଣଅର୍ଥ ଲୁଟ ପାଇଁ ଉଦ୍ୟମ ଚାଲିଥିବା ଅଭିଯୋଗ ହେଉଛି । ଏହାର ବିଧିବଦ୍ଧ ତଦନ୍ତ ପାଇଁ ବିଦ୍ୟାଳୟ ର ସଭାପତି ସତ୍ୟ ନାରାୟଣ ସାହୁ ଦାବି କରିବା ସହ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି ହେଉଛି ।

Leave A Reply