ବାଲିପାଟଣା : ବାଲିପାଟଣା ଶିଶୁବିକାଶ ଯୋଜନା ଅଧିକାରୀଙ୍କ କାର୍ଯ୍ୟାଳ୍ୟରେ ମଙ୍ଗଳବାର ପୂର୍ବାହ୍ନରେ ଅଙ୍ଗନୱାଡି ଶିଶୁମାନଙ୍କୁ ପୋଷାକ ବିତରଣ କରାଯାଇଛି ।
ଏହି ଉପଲକ୍ଷେ ଆୟୋଜିତ ଉସôବରେ ମିଶନଶକ୍ତି ର ବ୍ଲକ ପ୍ରୋଗ୍ରାମ କୋର୍ଡିନେଟର ଉଷାରାଣୀ ପଣ୍ଡା ସଭାପିତ୍ୱ କରିଥିବା ବେଳେ ଜୟଦେବ ବିଧାୟକ ଡଃ. ଅରବିନ୍ଦ ଢ଼ାଲି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମିଶନଶକ୍ତି ଜରିଆରେ ହୋଇଥିବା ପୋଷାକ ଓ ଏହାକୁ ତିଆରି କରୁଥିବା ଦେଉଳୀଧରପୁରର କସ୍ତୁରିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଭୁୟସି ପ୍ରଶଂସା କରିଥିଲେ । ବ୍ଲକ ମୋଟ ୫୦୦ ଜଣ ଶିଶୁଙ୍କୁ ପ୍ରଥମ କରି ପୋଷାକ ବଂଟନ କରାଯାଇଥିଲା ।
ବ୍ଲକ ଅଧ୍ୟକ୍ଷା ମନୀଷା ଚୈଧୁରୀ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ସରକାରଙ୍କ ମିଶନଶକ୍ତି ଦ୍ୱାରା ମହିଳାମାନେ କିପରି ସ୍ୱାବଲମ୍ବି ଓ ଆତ୍ମ ନିର୍ଭରଶିଳ ହୋଇପାରିଛନ୍ତି ସେ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟତମ ଅତଥି ଭାବରେ ବ୍ଲକ ଉପାଧ୍ୟକ୍ଷ କୈଳାସ ଚନ୍ଦ୍ର ସ୍ୱାଇଁ, ବନମାଳିପୁର ସ୍ଥିତ ୟୁକୋ ବ୍ୟାଙ୍କର ଶାଖା ପରି•ଳକ ସତ୍ୟଜିତ୍ ମହାନ୍ତି, ସିଡିପିଓ ସ୍ୱର୍ଣ୍ଣଲତା ବେହେରା ପ୍ରମୁଖ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ କୋଭିଡ୍ କଟକଣାକୁ ପାଳନ କରି ସ୍ୱଳ୍ପ ସଂଖ୍ୟକ ଅଙ୍ଗନୱାଡି କର୍ମୀ ଉପସ୍ଥିତ ଥିଲେ ।