ବାଲିପାଟଣା ତା୨୯/୦୩ : ଆଜି ଅପରାହ୍ନରେ ଭାରତୀୟ ଜନତା ପାର୍ଟି ତରଫରୁ ଜୟଦେବ ନିର୍ବାଚନମଣ୍ଡଳୀରେ ଏକ ବିଶାଳ କର୍ମୀ ସମ୍ମିଳନୀ ଓ ଜନସଭା ଅନୁଷ୍ଠିତ ହୋଇଯାଇଛି।ବାଲିପାଟଣା ହାଇ ସ୍କୁଲ ପଡିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ,ଜୟଦେବ ବିଧାୟକ ଡ୍ ଅରବିନ୍ଦ ଢ଼ାଲି,ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ,ଯୁବ ସମାଜସେବୀ ସତ୍ୟପ୍ରିୟ ବେହେରା,ପୂର୍ବତନ ପ୍ରଶାସକ ଅଶୋକ ପଟ୍ଟନାୟକ, ଅଭିନେତ୍ରୀ ବିଦୁସ୍ମିତା ମନ୍ତ୍ରୀ,ପୂର୍ବତନ ବିଧାୟକ ରାଘବ ସେଠୀ, ନାରୀ ନେତ୍ରୀ ମିନତି ବେହେରା,ବରିଷ୍ଠ ଦଳୀୟ ନେତା ମାଗୁଣି ସେଠୀ,ଯୁବ ନେତା ତଥା ସାଂସଦ ଙ୍କ ପ୍ରତିନିଧି ତାପସ ଜେନା ପ୍ରମୁଖ ଯୋଗ ଦେଇ ଆଗାମୀ ନିର୍ବାଚନରେ ସାରା ଦେଶରେ ବିଜେପି ର ଯେଉଁ ଲହରୀ ଆସିଛି ତା ସହିତ ଓଡ଼ିଶା ରେ ମଧ୍ୟ ବିଜେପି ସରକାର ଗଢ଼ିବା ନିଶ୍ଚିତ ହୋଇଛି ବୋଲି କହିଥିଲେ। ଗତ ପାଞ୍ଚ ବର୍ଷରେ ଓଡ଼ିଶା ରେ ଯେଉଁ ଏକଛତ୍ରବାଦୀ ଶାସନ ଚାଲିଛି ତାର ଅବସାନ ଘଟିବା ଦରକାର ବୋଲି ଡ୍ ଢ଼ାଲି କହିଥିଲେ। ସାଂସଦ ଅପରାଜିତା ଷଡ଼ଙ୍ଗୀ ଗତ କାର୍ଯ୍ୟକାଳ ମଧ୍ୟରେ କରିଥିବା କାର୍ଯ୍ୟର ହିସାବ ଦେଇଥିଲେ।ଆଗାମୀ କାର୍ଯକାଳ ଭିତରେ ଏହି ଅଞ୍ଚଳ ରେ ଶୀତଳ ଭଣ୍ଡାର,ଜୟଦେବ ପୀଠର ବିକାଶ,ପ୍ରାଚୀ ନଦୀରେ ପୁନୋରୁଦ୍ଧାର, ପ୍ରତେକଙ୍କୁ ପ୍ରଧାନମନ୍ତ୍ରୀ ଆବାସ,ଜଳର ଆବଶ୍ୟକତା ପୂରଣ,ବିଦ୍ୟାଳୟ ର ବିକାଶ ପାଇଁ ପଦକ୍ଷେପ ନେବାର ପ୍ରତିଶ୍ରୁତି ଦେଇଥିଲେ।ଆଜିର କାର୍ଯ୍ୟକ୍ରମ କୁ ଯୁବନେତା ସତ୍ୟପ୍ରିୟ ବେହେରା ଆୟୋଜନ କରିଥିବାରୁ ତାଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ପୂର୍ବରୁ ବାଳକାଟି ଠାରୁ ଏକ ବିଶାଳ ମଟରସାଇକେଲ ଶୋଭାଯାତ୍ରା ରେ ଯୁବ ନେତା ମାନେ ହାଇସ୍କୁଲ ପଡିଆ ପର୍ଯ୍ୟନ୍ତ ଅପରାଜିତା ଙ୍କୁ ପାଛୋଟି ଆଣିଥିଲେ। ହେଲେ ଆଜିର କାର୍ଯ୍ୟକ୍ରମ ରେ ବହୁ ପୁରୁଖା ନେତାମାନେ ଉପସ୍ଥିତ ନ ଥିବା ଦେଖିବାକୁ ମିଳିଥିଲା ।