Odisha news

ଭୀମଭୋଇ ସାମର୍ଥ୍ୟ ଶିବିରରେ ଭିନ୍ନକ୍ଷମ ଙ୍କ ଭିଡ଼

0
ବାଲିପାଟଣା ତା ୧୭/୧୧ :  ଆଜି ପୂର୍ବାହ୍ନରେ ବାଲିପାଟଣା ବ୍ଲକ କାର୍ଯ୍ୟାଳୟ ପରିସରରେ  ମଣ୍ଡଳ ସ୍ତରୀୟ ଭୀମଭୋଇ ସାମର୍ଥ୍ୟ ଶିବିର ଆୟୋଜିତ ହୋଇଥିଲା।ଏଥିରେ ଯୋଗଦେଇଥିବା ଭିନ୍ନକ୍ଷମ ମାନଙ୍କୁ ଜିଲ୍ଲା କାର୍ଯ୍ୟାଳୟ ପକ୍ଷରୁ ଆସିଥିବା ୪ ଜଣ ବିଭିନ୍ନ ବିଭାଗ ର ଡାକ୍ତର ମାନେ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ପରୀକ୍ଷା ପରେ ସେମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି।ଶାରୀରିକ ଭିନ୍ନକ୍ଷମ ଭାବରେ ଆସିଥିବା ୧୦୨ ଜଣଙ୍କ ମଧ୍ୟରୁ ୬୪ ,ଦୃଷ୍ଟି ବାଧିତ ୪୨ରୁ ୩୦, ଶ୍ରବଣ ବାଧିତ ୭୮ ରୁ୩୮,ମାନସିକ ଅନଗ୍ରସର୬୬ ରୁ ୬୬ ଜଣଙ୍କୁ ଯୋଗ୍ୟ ବିଚାର କରାଯାଇ ପ୍ରମାଣପତ୍ର ଦିଆଯାଇଛି।ଜିଲ୍ଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରାଜେନ୍ଦ୍ର କିଶାନ,ଉପଖଣ୍ଡ ଅଧିକାରୀ ସୋନାଲି ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।ବି ଡି ଓ ସ୍ମୃତିପ୍ରଜ୍ଞା ପ୍ରିୟଦର୍ଶିନୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ  ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦିବ୍ୟଜ୍ୟୋତି ଭୂତିଆ,ସହଯୋଗୀ ସଂଗ୍ରାମ କେଶରୀ ଦାସ, ମାମାଲୀ ପଣ୍ଡା ଓ ସମସ୍ତ ବ୍ଲକ୍ କର୍ମଚାରୀ କାର୍ଯ୍ୟକ୍ରମର ସଫଳତାରେ ସହଯୋଗ କରିଥିଲେ।ପ୍ରଶାସନ ତରଫରୁ ହିତାଧିକାରୀ ମାନଙ୍କୁ ଖାଦ୍ୟ ଓ ପିଇବା ପାଣି ଯୋଗାଇ ଦିଆଯାଇଥିଲା।
Nalco
Leave A Reply