Odisha news

ଫାଇନାନ୍ସ କର୍ମଚାରୀଙ୍କୁ ଖଣ୍ଡାରେ ଆକ୍ରମଣ କରି ଲୁଟ୍

0

ବାଲିପାଟଣା ୧୭/୧୧ : ଗତକାଲି ବାଲିପାଟଣା ଥାନା ଅନ୍ତର୍ଗତ ପଞ୍ଚାୟତ ରୋଡ଼ ବାରୁଦଖାନା ଗ୍ରାମ ନିକଟରୁ ଭାରତ ଫାଇନାନ୍ସ କମ୍ପାନୀର କର୍ମଚାରୀ ସେଇ ପୁରୁଣା ଢଙ୍ଗରେ ଲୁଟର ଶିକାର ହୋଇଛନ୍ତି।ସଂସ୍ଥାର କର୍ମଚାରୀ ବାଲିପାଟଣା ଥାନାରେ କରିଥିବା ଲିଖିତ ଅଭିଯୋଗ ଅନୁସାରେ ଗତକାଲି ଅପରାହ୍ନ ପ୍ରାୟ ୨ଟା ସମୟରେ ସେ ବିସୁନିଆପଡା ଗ୍ରାମରୁ କଲେକ୍ସନ କରି ନିଜର ମୋଟର ସାଇକେଲରେ ବାଳକାଟି ଆଡକୁ ଫେରୁଥିବା ସମୟରେ ବାରୁଦଖାନା ନିକଟରେ ପଛପଟୁ ଦୁଇଜଣ ଯୁବକ ଏକ ନାଲି ଆପାଚି ଗାଡ଼ିରେ ଆସି ତାଙ୍କୁ ଅଟକାଇ ଥିଲେ।ସେମାନଙ୍କ ମଧ୍ୟରୁ ଜଣେ ଏକ ଖଣ୍ଡା ବାହାର କରି ତାଙ୍କୁ ହାଣିବାକୁ ଚୋଟ ମାରିବା ବେଳେ ସେ ଗାଡି ସହିତ ତଳେ ପଡିଯାଇଥିଲେ।ଏହାର ସୁଯୋଗ ନେଇ ସେମାନେ ତାଙ୍କର ଟଙ୍କା ବ୍ୟାଗ ଯେଉଁଥିରେ ପ୍ରାୟ ୮୬ ହଜାରରୁ ଅଧିକ ଟଙ୍କା,ଏକ ଟାଵଲେଟ ଫିଙ୍ଗର ସ୍କାନ ମେସିନ ନେଇ ଦ୍ରୁତ ଗତିରେ ମୁଖ୍ୟ ରାସ୍ତା ଆଡକୁ ଚାଲି ଯାଇଥିଲେ।ପରେ ଏ ନେଇ କମ୍ପାନୀ ପକ୍ଷରୁ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ଥାନା ଅଧିକାରୀ ଓମ ପ୍ରକାଶ ମହାନ୍ତି ଘଟଣାର ତଦନ୍ତ ନିଜେ କରୁଛନ୍ତି।

Govt
Leave A Reply