ବାଲିପାଟଣା ୧୬/୦୨ : ଆଜି ଅପରାହ୍ନ ତିନିଟାରେ ବାଲିପାଟଣା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ ପ୍ରତିବର୍ଷ ପରି ଚଳିତ ବର୍ଷ ରୋଗୀ କଲ୍ୟାଣ ସମିତିର ବାର୍ଷିକ ଅଧିବେଶନ ଜୟଦେବ ବିଧାୟକ ଡ ଅରବିନ୍ଦ ଢାଲି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ଆରମ୍ଭ ପୂର୍ବରୁ କମିଟିର ସଦସ୍ୟମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ବିଧାୟକ ଶ୍ରୀଯୁକ୍ତ ଢାଲି ଙ୍କୁ ଅବଗତ କରିବା ସହ ହୋ ହାଲା କରିଥିଲେ।
ଡ଼ାକ୍ତର ଅଭାବ,ଜଣେ ପେଡେଟ୍ରିକ ସ୍ପେଶିଆଲି ଷ୍ଟି , ଜଣେ ସର୍ଜିକାଲ ସ୍ପେସିଆଲିଷ୍ଟ, ସ୍ଵାସ୍ଥ୍ୟ କର୍ମୀ ପୁରୁଷ,୪ଜଣ, ଷ୍ଟାଫ୍ ନର୍ସ ୩ ଜଣ, ଏଲ୍ ଟି ୨ ଜଣ, ସ୍ଵାସ୍ଥ୍ୟ କର୍ମୀ ମହିଳା,୫ ଜଣ,ଓ ଜଣେ ଏକ୍ସ ରେ ଟେକନସିଆନ, ପୋଷ୍ଟ ଖାଲି ପଡ଼ିଛି।ଦୀର୍ଘ ୧୫ ବର୍ଷ ହେବ ଏଠାରେ ଗାଇନିଂ ସ୍ପେଶିଆଲ୍ଲିଷ୍ଟ ଥିଲେ ମଧ୍ୟ ଏହି ଅଞ୍ଚଳର ଗର୍ଭବତୀ ମହିଳାଙ୍କୁ ପ୍ରସବ ପାଇଁ ଦୈନିକ ଭୁବନେଶ୍ଵର କୁ ପଠାଇ ଦିଆଯାଊଛି। ତୁରନ୍ତ ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ ବିଧାୟକଙ୍କୁ ଦାବି କରିଥିଲେ। ବିଧାୟକ ଏହାର ସମାଧାନ ପାଇଁ ଉଚ୍ଚ ଅଧିକାରୀଙ୍କୁ ଅବଗତ କରିଥିଲେ।
ଉକ୍ତ ବୈଠକରେ ବିଡିଓ ଆଦିକନ୍ଦ ବେହେରା, ମୂଖ୍ୟ ଚିକିତ୍ସା ଅଧିକାରୀ ସୁକାନ୍ତ କୁମାର ବେହେରା, କମିଟି ସଭ୍ୟ ପ୍ରତାପ କେଶରୀ ନାୟକ,ମହମ୍ମଦ ଜାକିର ହୁସେନ, ବ୍ଲକ ପୋଗ୍ରାମ ମ୍ୟାନେଜର ଜୟନ୍ତ କୁମାର ଭୋଇ, ବ୍ଲକ ଆକାଉଣ୍ଟ ମ୍ୟାନେଜର ବସନ୍ତ କୁମାର ସାହୁ,ଆୟୁଷ ଡ଼ାକ୍ତର ଡ ପର୍ବିନ ବେଗମ୍ ପ୍ରମୁଖ ଯୋଗଦେଇଥିଲେ