Odisha news

ଲଗାଣ ବର୍ଷାରେ ବୁଡ଼ିଲା ବାଲିଗୁଡ଼ା ସହର:୫୯ ନଂ.ଜାତୀୟ ରାଜପଥରେ ଲହଡ଼ି ଭାଙ୍ଗୁଛି ବର୍ଷା ଜଳ

0

ବାଲିଗୁଡ଼ା : ଲଘୁଚାପ ଜନିତ ଲଗାଣ ବର୍ଷାରେ ଗାଁ ଠୁ ସହର ସବୁଠି ସଙ୍ଗୀନ୍ ପରିସ୍ଥିତି। ଲୋକେ ଘରୁ ବାହାରିବା ମୁସ୍କିଲ୍ ହୋଇପଡ଼ିଛି । କନ୍ଧମାଳ ଜିଲ୍ଲାର ବିଭିନ୍ନ ନଦୀ ନାଳରେ ଜଳସ୍ତର ବୃଦ୍ଧି ପାଇବା ସହ ବିଭିନ୍ନ ସ୍ଥାନରେ ପୋଲ ଧୋଇ ହୋଇଯାଇ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି ।

ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ବର୍ଷା ଜଳ ପଶିବା ସହ ଅନେକଙ୍କ ଘର ଭାଙ୍ଗିଯାଇଥିବା ସୂଚନା ମିଳୁଛି। ଏପଟେ ଲଗାଣ ବର୍ଷାରେ ବାଲିଗୁଡ଼ା ସହରର ବସଷ୍ଟାଣ୍ଡ ନିକଟସ୍ଥ ଆଦର୍ଶ ପୁଷ୍କରିଣୀରେ ଜଳସ୍ତର ବୃଦ୍ଧି ପାଇବା ସହ ସହର ମଧ୍ୟ ଦେଇ ଯାଇଥିବା ୫୯ ନଂ. ଜାତୀୟ ରାଜପଥରେ ବର୍ଷା ଜଳ ଲହଡ଼ି ଭାଙ୍ଗୁଛି ।

ସହରର ବିଭିନ୍ନ ଓ୍ବାର୍ଡରେ ବର୍ଷାଜଳ ଲୋକଙ୍କ ଘରେ ପଶିବା ସହ କିଛି ଲୋକଙ୍କ ଘର ଭାଙ୍ଗିଯାଇଥିବା ସୂଚନା ମିଳୁଛି । ମହାସିଙ୍ଗି ଗ୍ରାମ ପଞ୍ଚାୟତର ବିଭିନ୍ନ ଓ୍ବାର୍ଡରେ ଲୋକଙ୍କ ଘରେ ବର୍ଷା ଜଳ ପଶିବାସହ ଅନେକ କ୍ଷତି ହୋଇଥିବା ବେଳେ ମୁଖ୍ୟ ରାସ୍ତା ତଥା ଗାଁ ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥରେ ଲହଡ଼ି ଭାଙ୍ଗୁଛି ବର୍ଷା ଜଳ । ଏଥିସହିତ ଅନେକ ଲୋକଙ୍କ ଦୋକାନ ଭିତରେ ବର୍ଷା ଜଳ ପଶିବାସହ ଅନେକ ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡ଼ିଛି ।

Nalco
Leave A Reply