Odisha news

ଉତ୍ପାଦନ, ଗୁଣବତା ଓ ସୁରକ୍ଷା କ୍ଷେତ୍ରରେ ଏମସିଏଲ ପୁରସ୍କୃତ

0

ତାଳଚେର ତା ୨୦/୦୮ ମହାନଦୀ କୋଲଫିଲଡ଼ସ୍ ଲିମିଟେଡ଼୍ (ଏମସିଏଲ) ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଉତ୍ପାଦନ, ଗୁଣବତା ଓ ସୁରକ୍ଷା ପାଇଁ ୩ଟି ଶ୍ରେଣୀରେ ପ୍ରଥମ ପୁରସ୍କାର ହାସଲକରି କୋଇଲା ମନ୍ତ୍ରୀଙ୍କ ଠାରୁ ପୁରସ୍କାର ଲାଭ କରିଛନ୍ତି ।  ନୂଆଦିଲ୍ଳୀ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର କୋଇଲା ଓ ଖଣି ତଥା ସଂସଦୀୟ ବ୍ୟାପାରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏମସିଏଲ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଓପି ସିଂହଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିଛନ୍ତି । ଏମସିଏଲର କାର୍ମିକ ନିର୍ଦ୍ଦେଶକ କେଶବ ରାଓ, ବୈଷୟିକ ନିର୍ଦ୍ଦେଶକ (ଯୋଜନା ଓ ପରିଯୋଜନା) ଯୁଗଳ କୁମାର ବୋରା ଓ ବିତ ନିର୍ଦ୍ଦେଶକ ଏ.କେ ବେହେରା ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । ବସୁଧରା କୋଇଲା କ୍ଷେତ୍ରର ମହାପ୍ରବନ୍ଧକ ସଞ୍ଜୟ ଝା, ହିଙ୍ଗୁଳା କୋଇଲା କ୍ଷେତ୍ରର ମହାପ୍ରବନ୍ଧକ ଅରୁଣ କୁମାର ସ୍ୱର୍ଣ୍ଣକାର ଓ କଣିହାଁ କୋଇଲା କ୍ଷେତ୍ରର ମହାପ୍ରବନ୍ଧକ କେକେ ରାଉଳ ଉତ୍କର୍ଷତା ପ୍ରଦର୍ଶନ ପାଇଁ କୋଇଲା ମନ୍ତ୍ରୀ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଏହି ପୁରସ୍କାର ପାଇଁ ଏମସିଏଲ ଅଧ୍ୟକ୍ଷ  ଶ୍ରୀ ସିଂହ ସମଗ୍ର ଏମସିଏଲ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ପୁରସ୍କାର କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତାକୁ ପ୍ରତିପାଦିତ କରିଥିବା ବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ଅଭିବୃଦ୍ଧି କ୍ଷେତ୍ରରେ ପ୍ରୋତ୍ସାହିତ କରିବ ବୋଲି ସିଏମଡ଼ି ଶ୍ରୀ ସିଂହ ଆଶା ପ୍ରକଟ କରିଛନ୍ତି ।

Nalco
Leave A Reply