Odisha news

ତାଳଚେର ସ୍ୱଂୟ ଶାସିତ ମହାବିଦ୍ୟାଳୟରେ ଅହିଂସା ରଥକୁ ସମ୍ବର୍ନ୍ଧନା

0

ତାଳଚେର ତା ୨୦/୦୮ ସ୍ୱାଧୀତାର ୭୫ବର୍ଷ ପୂର୍ତି ଉପଲକ୍ଷେ ଓଡ଼ିଶା ସରକାରଙ୍କ ନିଷ୍ପତିକ୍ରମେ ଅହିଂସା ରଥକୁ ତାଳଚେର ସ୍ୱଂୟଶାସିତ ମହାବିଦ୍ୟାଳୟ ପରିସରରେ ସ୍ୱାଗତ କରାଯାଇଥିଲା । ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ସର୍ବପ୍ରଥମେ ଅହିଂସା ରଥକୁ ସମ୍ବର୍ନ୍ଧନା ଜଣାଇ ଅହିଂସାମନ୍ତ୍ର ଆମ ସମସ୍ତଙ୍କ ଜୀବନର ଏକ ଉଚ୍ଚ ଆଦର୍ଶ ହେଉ ବୋଲି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କ ପ୍ରକାଶ କରିଥିଲେ । ତାଳଚେର କଲେଜ ଅଧ୍ୟକ୍ଷ ଡ଼ଃ ବିନୟ କୁମାର ଖିଲାର ଅହିଂସା ରଥକୁ ସ୍ୱାଗତ କରି ଅହିଂସା ଆମ ସ୍ୱାଧୀନତା ସଂଗ୍ରାମର ଏକ ଅମେଘ ଅସ୍ତ୍ର ଥିଲା ବୋଲି ପ୍ରକାଶ କରିଥିଲେ । ଏହି ଶୁଭ ଅବସରରେ ତାଳଚେର ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ସୁଶ୍ରୀ ଚିନ୍ମୟୀ ଦାସ, ତହସିଲଦାର ମନ୍ମଥ ନାୟକ, ଅତିରିକ୍ତ ତହସିଲଦାର ଅଭୟ କୁମାର ନାୟକ, ତାଳଚେର ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରିଣୀ ରଶ୍ମିରେଖା ଅମାନ୍ତ, ତାଳଚେର ବ୍ଲକ ଚେୟାର୍ମ୍ୟାନ୍ ହେମଲତା ମହାନ୍ତି ଓ ଜିଲ୍ଲା ପରିଷଦ ମେମ୍ବର ଉପସ୍ଥିତ ଥିଲେ । ମହାବିଦ୍ୟାଳୟର ଏନସିସି, ଏନଏସଏସ୍ ରେଡ଼କ୍ରସ୍ ,ସ୍କ୍ୱାଉଟ୍‌ର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ‘ବନ୍ଦେ ମାତାରଂ’ ଗାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟପକ, ଅଧ୍ୟାପିକା ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Nalco
Leave A Reply