Odisha news

ଗଞ୍ଜେଇ ଚୋରାଚାଲାଣ ବେଳେ ଧରିଲା ଦାରିଙ୍ଗବାଡ଼ି ପୋଲିସ: ୨ ଗିରଫ, କାର୍‌ ସହ ୨୦ କେଜି ଗଞ୍ଜେଇ ଜବତ.

0

ବାଲିଗୁଡା:.କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ପୋଲିସ ପକ୍ଷରୁ ପାଟ୍ରୋଲିଂ ବେଳେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଏକ କାର୍‌କୁ ଜବତ କରିବା ସହ ୨୦କେଜି ଗଞ୍ଜେଇକୁ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରାଯାଇଥିବା ବିଷୟ  ଆଇଆଇସି କୌଶିକ ମାଝୀ ସୁଚନା ଦେଇଛନ୍ତି । ଗିରଫ ବ୍ୟକ୍ତି ହେଲେ ଗେଗୁ ମଲ୍ଲିକ(୩୬) ଏବଂ ଗୋବିନ୍ଦ ମଲ୍ଲିକ(୫୫) । ଗିରଫ ୨ଜଣଙ୍କ ଘର ବାଲିଗୁଡା ଥାନା ମିଡ଼ିଆକିଆ ପଞ୍ଚାୟତର ବରିକିଆ ଗ୍ରାମ ବୋଲି ପୋଲିସ କହିଛି।

ତେବେ କାର୍‌ ଚାଳକ ଘଟଣା ସ୍ଥଳରୁ ଫେରାର୍‌ ହୋଇଯାଇଥିବା ବେଳେ ଖୁବ୍‌ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ଆଇଆଇସି ମାଝୀ କହିଛନ୍ତି। ଏନେଇ ଥାନାରେ ମାମଲା (୪୦।୨୦)ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଥିବା ପୋଲିସ କହିଛି ।

ପୋଲିସ ସୁତ୍ରରୁ ମିଳିଥିବା ସୂଚନାନୁଯାୟୀ, ବାଲିଗୁଡା ଥାନା ଅଞ୍ଚଳରୁ ଦାରିଙ୍ଗବାଡି ଦେଇ ଅନ୍ୟ ଜିଲାକୁ ଗଞ୍ଜେଇ ଚୋରା ଚାଳଣ କରାଯାଉଥିବା ନେଇ ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ପୋଲିସ ୫୯ନଂ ଜାତୀୟ ରାଜପଥର ସୁଲୁମାହାଠାରେ ବ୍ଳକିଂ କରି ଯାଞ୍ଚ କରିଥିଲା। ଆଇଆଇସିଙ୍କ ସମେତ ସବ୍‌ଇନ୍ସପେକ୍ଟର ଗୋପାଳକୃଷ୍ଣ ଆଗୁପାତ୍ର, ସୌମ୍ୟରଞ୍ଜନ ଜେନା ସଦଳବଳେ ଯାଞ୍ଚ କରୁଥିବା ବେଳେ କାର ନଂ( ଓଆର-୦୨ ଏଚ- ୫୫୬୭)କୁ ଅଟକାଇଥିଲେ। ପୋଲିସକୁ ଦେଖି ଚାଳକ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା  ବେଳେ ଗଞ୍ଜେଇ ନେଇ ଯାଉଥିବା ଅନ୍ୟ ୨ଜଣଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି।

Leave A Reply