Odisha news

ବ୍ୟାଟେରୀରେ ବଲବ ଜଳାଇବା ବେଳେ ବ୍ୟାଟେରୀ ଫୁଟି ବାଳକ ଆହତ

0

ବାଲିଗୁଡା:.କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକର ଗୁଗୁରମାହା ପଞ୍ଚାୟତ ମ୍ଳେନ୍ଦl ଗ୍ରାମର ଭିତେକ ଗୁଣ୍ଡରମାଝୀ ଙ୍କ 12 ବର୍ଷର ପୁଅ ରୁବେନ ଗୁଣ୍ଡରମାଝୀ ମଙ୍ଗଳବାର ଦିନ ଏକ ମୋବଇଲ ବ୍ୟାଟେରୀ ଓ ପେନସିଲ ବ୍ୟାଟେରୀ ରେ ବଲବ ଜଳାଇବା ପାଇଁ ଚେଷ୍ଟା କରୁଥିଲା, କିନ୍ତୁ ହଠାତ ମୋବଇଲ ବ୍ୟାଟେରୀଟି ଫୁଟିଗଲା l

ଘଟଣା ସ୍ଥଳରେ ରୁବେନର ହାତର ଆଙ୍ଗୁଠି, ଜଙ୍ଘ ଓ ଗୋଡ଼ରେ ଆଘାତ ହୋଇଥିଲା l ପରିବାର ଲୋକେ ଏହା ଦେଖି ସଙ୍ଗେସଙ୍ଗେ କୋଟଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରିବା ପରେ ଡାକ୍ତର ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ l ଏଠାରେ ରୁବେନର ସଫଳ  ଚିକିତ୍ସା କରାଯାଇଥିଲା

Leave A Reply