Odisha news

ଅସ୍ତରଙ୍ଗ ଉପକୂଳରେ ଲାଗିଲା ଜଳପଥ ଟ୍ରାଫିକ୍ କଣ୍ଟ୍ରୋଲର ବୟା

0

ଅସ୍ତରଙ୍ଗ : ‘ବୟା’ ଏକ ଭାସମାନ ବସ୍ତୁ । ଯାହାକି ସମୁଦ୍ରରେ ଦିଗ ନିର୍ଣ୍ଣୟ ତଥା ଟ୍ରାଫିକ୍ କଣ୍ଟ୍ରୋଲ ଚିହ୍ନ ହିସାବରେ ବ୍ୟବହାର କରାଯାଇଥାଏ । ଏହା ସାଧାରଣତ୍ୱ ସାମୁଦ୍ରିକ ପଥ, ବୁଡି ରହିଥିବା ପାହାଡ ଓ ଅନ୍ୟ ସମ୍ବେଦନଶୀଳ ସ୍ଥାନ ଚିହ୍ନଟ ପାଇଁ ସମୁଦ୍ର କିମ୍ବା ଅନ୍ୟ ଜଳରାଶିରେ ବ୍ୟବହୃତ ହୋଇଥାଏ । ସ୍ଥଳ ଭଗରେ ଟ୍ରାଫିକ ଲାଇଟ୍ ଭଳି ସମୁଦ୍ର ମଧ୍ୟରେ ଏହା ନୈାଉ ଚାଳନା ପାଇଁ ବାଟ ଦର୍ଶାଇ ଥାଏ ବୋଲି କେନ୍ଦ୍ରୀୟ ମସô୍ୟ ଓ ସାମୁଦ୍ରୀକ ସମ୍ପଦ ପୁରୀର ବରିଷ୍ଠ ବୈଜ୍ଞାନିକ ସୁବ୍ରତ କୁମାର ରାଉଳ ଓ ରାଜେଶ କୁମାର ପ୍ରଧାନ ଏକ ସାକ୍ଷାତକାରରେ ଏହି କଥା ପ୍ରକାଶ କରିଛନ୍ତି ।
ଏଠାରେ ପ୍ରକାଶ ଯୋଗ୍ୟ ଯେ, ଅସ୍ତରଙ୍ଗ ଉପକୂଳର ତଣ୍ଡାହାର ଠାରେ ଯେଉଁ ବୟାଟି ଲାଗିଅଛି ଏହାର ବ୍ୟବହାର ଜଳ ପଥରେ ୩ ପ୍ରକାର ହୋଇଥାଏ । ସବୁଜ ଓ ନାଲି ରଙ୍ଗର ବୟା ଗୁଡିକ ଜଳ ପଥକୁ ପଦର୍ଶନ କରିବା ପାଇଁ ବ୍ୟବହାର କରାଯାଇଥାଏ । କିନ୍ତୁ ହଳାଦିଆ ରଙ୍ଗର ବୟା ଗୁଡିକ ସମୁଦ୍ର ମଧ୍ୟ ଦେଇ ଯାଇଥିବା ପାଇପ୍ ଲାଇନ୍ କେବୁଲ କିମ୍ବା ଅନ୍ୟ କିଛି ବିଶେଷ କାରଣ ପାଇଁ ସମୁଦ୍ର ଜଳ ରାଶିରେ ଲଗାଯାଇଥାଏ ବୋଲି ଉଭୟ ବୈଜ୍ଞାନିକ ମାନେ ମତ ଦେଇଛନ୍ତି ।

ଆଉ ମଧ୍ୟ କହିଛନ୍ତି ଯେ, ଲାଗିଥିବା ବୟା ପାଶ୍ୱବର୍ତ୍ତୀ ଅଥବା ପାରାଦ୍ୱୀପ, ଗୋପାଳପୁର , ବିଶାଖାପଟନାମ୍ ବନ୍ଦରର ବ୍ୟବହୃତ ଲଙ୍ଗରରୁ ଖସି ଯାଇ ଅସ୍ତରଙ୍ଗର ସମୁଦ୍ର କୂଳରେ ଲାଗିଥିବା ଅନୁମାନ କରାଯାଉଅଛି । ଏଠାରେ ଉଲ୍ଲେଖ ଥାଉକି ସମୁଦ୍ର ଜଳରାଶିରେ ଲାଗିଥିବା ବୟାର ସିଗ୍ନାଲ ଅନୁସାରେ ପାଣି ଜାହାଜ ଜଳଯାନ ମାନ ଯିବା ଆସିବା କରିଥାଏ ବୋଲି ପୁରି ଜିଲ୍ଲାର ମୂଖ୍ୟ ମସ୍ୟ  ଅଧିକାରୀ ଦେବେନ୍ଦ୍ର ବେହେରା ଏହା କହିଛିନ୍ତି ।

Leave A Reply