Odisha news

ବାଲିଗୁଡା : ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ୧୬୩ ପ୍ରାର୍ଥୀ ନାମାଙ୍କନ ପତ୍ର ଭରିଲେ

0
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-ତ୍ରିସ୍ତରୀୟ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥୀପତ୍ର ନାମାଙ୍କନର ଶେଷଦିନ ଥିଲା l ଏହି  ଶେଷଦିନରେ ବାଲିଗୁଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୩୧ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେମାନେ ହେଲେ କଂଗ୍ରେସ ଦଳର ୧ନଂ କ.ନୁଆଗାଁ ଜୋନରୁ ରେଖା ପ୍ରଧାନ, ୨ନଂ କୋଟଗଡ ଜୋନରୁ ଜିରିମୟ ସୁନାମାଝୀ, ୫ନଂ ଜିଉଦୟଗିରି ଜୋନରୁ ହିରାବତୀ ପ୍ରଧାନ, ୬ନଂ ଚକାପାଦ ଜୋନରୁ ପ୍ରେମାଞ୍ଜଳି  ପ୍ରଧାନ, ୭ନଂ ଟିକାବାଲି ଜୋନରୁ ପୁଜାରାଣୀ ବିର୍ଗି, ୮ନଂ ଟିକାବାଲି ଜୋନରୁ ମମତା ପ୍ରଧାନ, ୯ନଂ ତୁମୁଡିବନ୍ଧ ଜୋନରୁ ଶିବରାମ ମାଝୀ, ୧୦ନଂ ଦାରିଙ୍ଗବାଡି ଜୋନରୁ ରାଧାକାନ୍ତ ପ୍ରଧାନ, ୧୧ନଂ ଦାରିଙ୍ଗବାଡି ଜୋନରୁ ଦିପିକା ମୁଠାମାଝୀ, ୧୫ନଂ ବାଲିଗୁଡା ଜୋନରୁ ପ୍ରମୋଦ ମଳିକ, ୧୬ନଂ ବାଲିଗୁଡା ଜୋନରୁ ଅରୁଣ କୁମାର ନାୟକ, ୧୭ନଂରାଇକିଆ ଜୋନରୁ ସତ୍ୟବାନ ପାତ୍ର, ୧୮ନଂ ରାଇକିଆ ଜୋନରୁ ଆରତୀ ପ୍ରଧାନ, ସେହିଭଳି ବିଜେଡି ଦଳ ତରଫରୁ ୧ନଂ କ.ନୁଆଗାଁ ଜୋନରୁ ଅନିତା ମଳିକ, ୨ନଂ କୋଟଗଡ ଜୋନରୁ ଶୁଶାନ୍ତ କହଁର, ୧୫ନଂ ଜୋନରୁ ନନ୍ଦିନୀ ମଳିକ,୧୬ନଂ ବାଲିଗୁଡା ଜୋନରୁ ଆଶିଶ୍ କୁମାର ଦିଗାଳ, ବିଜେପି ଦଳତରଫରୁ ୧୯ନଂ ରାଇକିଆ ଜୋନରୁ ସନ୍ତୋଷ ଲେଙ୍କା, ଆମଆଦମୀ ପାର୍ଟି(ଆପ) ଦଳରୁ ୧୦ନଂ ଦାରିଙ୍ଗବାଡି ଜୋନରୁ ଆକୁଳଚନ୍ଦ୍ର ପ୍ରଧାନ, ୧୧ନଂ ଦାରିଙ୍ଗବାଡି ଜୋନରୁ ଶିବରାଜ ପ୍ରଧାନ, ୧୬ନଂ ବାଲିଗୁଡା ଜୋନରୁ ଆଶଜ କୁମାର ସିଂ, ବହୁଜନ ସମାଜବାଦୀ ପାଟୀ ତରଫରୁ୧୦ନଂ ଦାରିଙ୍ଗବାଡି ଜୋନରୁ ବିମଳ ପ୍ରଧାନ, ୧୧ନଂ ଦାରିଙ୍ଗବାଡି ଜୋନରୁ ରାଜୁ ମାଝୀ ଓ ସ୍ୱାଧୀନରୁ ୧ନଂ କ.ନୁଆଗାଁ ଜୋନ ଭାରତୀ ପ୍ରଧାନ,୨ନଂ କୋଟଗଡ ଜୋନରୁ ଲୁକାନ୍ତ ପାଟମାଝୀ, ୬ନଂ ଚକାପାଦ ଜୋନରୁ ଯାଜ୍ଞସେନି ବେହେରା, ୮ନଂ ଟିକାବାଲି ଜୋନରୁ ଲୁପିତା ପ୍ରଧାନ, ୧୫ନଂ ବାଲିଗୁଡା ଜୋନରୁ ସାନୁରା ମଳିକ,୧୬ନଂ ବାଲିଗୁଡା ଜୋନରୁ ଚକ୍ରଧର ପାତ୍ର,ଶିବାସିଂ ବିନ୍ଧାଣୀ ଓ ୧୭ନଂ ରାଇକିଆ ଜୋନରୁ ମାନଓ ରଂଜନ ମହାନ୍ତୀ ଶେଷ ଦିନରେ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବାଲିଗୁଡା ବ୍ଲକରେ ସରପଞ୍ଚ  ଆସନ ନିମନ୍ତେ ୨୫ଜଣ ପ୍ରାର୍ଥୀ, ସମିତିସଭ୍ୟ ଆସନ ନିମନ୍ତେ ୨୬ ଜଣ ଓ ୱାର୍ଡମେମ୍ବର ନିମନ୍ତେ ୮୧ ଜଣ ପ୍ରାର୍ଥୀପତ୍ର ଦାଖଲ କରି ଥିବା ବିଷୟ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି ।
Leave A Reply