Odisha news

ବରିଷ୍ଠ ନାଗରିକ ଙ୍କ ସଡକ ଦୁର୍ଘଟଣା ରେ ଦେହାନ୍ତ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସହରର  ପ୍ରତିଷ୍ଠିତ ବରିଷ୍ଠ ନାଗରିକ ସଫଳ ଚାଷୀ ତଥା ମୁକ୍ତା ଲଜ ର ସତ୍ୱlଧିକାରୀ ଏବଂ ଦୈନିକ ଖବର କାଗଜ ସମୟ ର ବାଲିଗୁଡା ଉପଖଣ୍ଡ ପ୍ରତିନିଧି ନାରାୟଣ ଚୌଧୁରୀଙ୍କ ପିତା ଭଗବାନ ଚୌଧୁରୀ (୭୦) ଙ୍କ ସଡକ ଦୁର୍ଘଟଣା ରେ ଶୁକ୍ରବାର ଦେହାନ୍ତ ହୋଇଯାଇଛି  l ଖବର ପ୍ରକାଶ ପରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି । ଶ୍ରୀ ଚୌଧୁରୀ ଜଣେ ଜିଲ୍ଲାର ଆଗଧଡ଼ି ର ସଫଳ ଚାଷୀ ଥିଲେ l ତାଙ୍କୁ ରାଜ୍ୟର ମୁଖମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ସଫଳ ଚାଷୀ ଭାବେ ସମ୍ମାନିତ କରିଛନ୍ତି। କେବଳ ଚାଷୀ ନୁହନ୍ତି ହୋଟେଲ ମାଲିକ, ସମାଜସେବୀ ଓ ପରୋପକାରୀ ମଣିଷ ଥିଲେ। ବୁଧବାର ଦିନ ନିଜ ବଗିଚାକୁ ଯାଇ ଫେରୁଥିବା ବେଳେ ମା ପାଟ୍ଟଖଣ୍ଡା ପେଟ୍ରୋଲ ପମ୍ପ ନିକଟରେ ଚିଣ୍ଟ ପିଣ୍ଟୁ ନାମକ ଏକ ଘରୋଇ ବସ ଧକ୍କା ରେ ମୋଟର ସାଇକେଲ ରୁ ତଳେ ପଡ଼ିଯିବା ଫଳରେ ମୁଣ୍ଡ ହାତ ଓ ମୁଁହ କୁ ଶକ୍ତ ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଓ ପରେ ଭୁବନେଶ୍ବର ସ୍ଥିତ ଏମମସ ମେଡ଼ିକାଲକୁ ସ୍ଥାନାନ୍ତରିତ ହୋଇଥିଲେ। ଶୁକ୍ରବାର ସକାଳ ୪ଟା ବେଳେ ତାଙ୍କ ର ମୃତ୍ୟୁ  ହୋଇଥିବା ଜଣାପଡ଼ିଛି। ପ୍ରକାଶ ଯେ, ସ୍ୱର୍ଗତ ଚୌଧୁରୀ ଙ୍କ ଦୁଇ ଚକ୍ଷୁ କୁ ମୃତ୍ୟୁର ୨୪ଘଣ୍ଟା ପୂର୍ବରୁ ଏମ୍ସ ମେଡିକାଲ କତ୍ତୃପକ୍ଷ ଙ୍କ ଚକ୍ଷୁ ବିଭାଗ ରେ ଦାନ କରିଥିବା ବିଷୟ ତାଙ୍କ ବଡ଼ ପୁଅ ନାରାୟଣ ଚୌଧୁରୀ ପ୍ରକାଶ କରିଛନ୍ତି l ପୁରୀ ସ୍ବର୍ଗଦ୍ବାର ରେ ତାଙ୍କ ର ଶେଷ କୃତ୍ୟ ସଂପନ୍ନ ହୋଇଛି। ତାଙ୍କ ନିକଟରେ ବଡ଼ ପୁଅ, ସାନ ପୁଅ ବୋହୁ, ଝିଅ, ନାତି ନାତୁଣୀ ଉପସ୍ଥିତ ଥିଲେ।

Comments are closed.