Odisha news

ଏୟାର ଇଣ୍ଡିଆ ର ସମ୍ପୂର୍ଣ୍ଣ କାହାଣୀ : ନେହେରୁଙ୍କ ସମୟରେ ଘରୋଇ ରୁ ହୋଇଥିଲା ସରକାରୀ ଓ ମୋଦୀଙ୍କ ସମୟରେ ସରକାରୀ ରୁ ହେଲା ଘରୋଇ

ନୂଆଦିଲ୍ଲୀ : ଶେଷରେ ଏୟାର ଇଣ୍ଡିଆ ବିକ୍ରି ହେଲା । ଘାଟାରେ ଚାଲିଥିବା ସରକାରୀ କମ୍ପାନୀ କୁ ୩ ବର୍ଷରୁ ବିକ୍ରି କରିବାକୁ ଚାହୁଁଥିଲେ ମୋଦି ସରକାରଙ୍କୁ ଶୁକ୍ରବାର ଦିନ ମିଳିଲା ସଫଳତା । ସରକାର ଏହାକୁ ବିକ୍ରୀ କରିବା ପାଇଁ ୧୦୦ ପ୍ରତିଶତ ଭାଗିଦାରୀ ର ଟେଣ୍ଡର ମାଗିଥିଲେ । ଏହାକୁ କିଣିବା ପାଇଁ ଟାଟା ଗ୍ରୁପ୍ ଓ ସ୍ପାଇସ୍ ଜେଟ୍ ପକ୍ଷରୁ ନିଲାମି ଲଗା ଯାଇଥିଲା । ସରକାର ଟାଟା ଗ୍ରୁପ୍ ର ଟେଣ୍ଡର କୁ ମଞ୍ଜୁରୀ ଦେଇଥିଲେ ।
୧୯୫୩ ମସିହାରେ ସେହି ସମୟର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏୟାର ଇଣ୍ଡିଆ କୁ ସରକାରୀ କରିଥିଲେ । ୬୮ ବର୍ଷ ପରେ ପୁନର୍ବାର ଏୟାର ଇଣ୍ଡିଆ ଟାଟା ଗ୍ରୁପ୍ ନିକଟକୁ ଫେରି ଯାଇଛି । ୨୦୦୭ ରେ ସରକାର ଏୟାର ଇଣ୍ଡିଆ କୁ ମର୍ଜ୍ କରି ଇଣ୍ଡିଆନ ଏୟାରଲାଇନସ ସହିତ ମିଶାଇ ଥିଲେ । ଏହି ମର୍ଜ କରିବା ପଛର କାରଣ ଥିଲା ଇନ୍ଧନର ଦର ବୃଦ୍ଧି , ପ୍ରାଇଭେଟ୍ ଏୟାର ଲାଇନ୍ ନିକଟରୁ ମିଳୁଥିବା କମ୍ପିଟିସନ୍ ଇତ୍ୟାଦି କାରଣକୁ ସରକାର ଦର୍ଶାଇ ଥିଲେ । ୨୦୦୦ ରୁ ୨୦୦୬ ମଧ୍ୟରେ ଏୟାର ଇଣ୍ଡିଆ ର ଲାଭ ଖୁବ୍ କମ୍ ଥିଲା , କିନ୍ତୁ ମାର୍ଜ୍ ହେବା ପରେ ଅସୁବିଧା ବଢ଼ି ଯାଇଥିଲା ।
୩୧ ମାର୍ଚ୍ଚ ୨୦୧୯ ବେଳକୁ କମ୍ପାନୀ ଉପରେ ୬୦ ହଜାର କୋଟିରୁ ଅଧିକ ଋଣ ଥିଲା । UPA ସରକାର କମ୍ପାନୀ କୁ ଏଥିରୁ ଉଧୁରିବା ପାଇଁ ଚେଷ୍ଟା ମଧ୍ୟ କରିଥିଲେ । ୨୦୧୮ ରେ ମଧ୍ୟ ସରକାର ଏଥିରେ ନିବେଶ କରିବାକୁ ଚାହିଁ ଥିଲେ ଓ ସରକାର ୭୬ ପ୍ରତିଶତ ଭାଗିଦାରୀ ବିକ୍ରି କରିବାର ନିଷ୍ପତି ନିଆଗଲା ।
ଏହାପରେ ୨୦୨୦ ରେ ପୁନର୍ବାର ୧୦୯ ପ୍ରତିଶତ ଭାଗିଦାରୀ ବିକ୍ରି ହେବ ବୋଲି ସ୍ଥିର କରାଗଲା । ଶେଷରେ ୧୫ ସେପ୍ଟେମ୍ବର ୨୦୨୦ ରେ କମ୍ପାନୀ କୁ ବିକ୍ରି କରିବା ପାଇଁ ସମୟ ଧାର୍ଯ୍ୟ କରାଗଲା ।
ଟାଟା ଗ୍ରୁପ୍ ସ୍ପାଇସ ଜେଟ ର ଚେୟାର ମ୍ୟାନ ଙ୍କ ଠାରୁ ଅଧିକ ନିଲାମୀ ଡାକିଥିଲେ । ଏହିଭଳି ଭାବରେ ୬୮ ବର୍ଷ ପରେ ଏୟାର ଇଣ୍ଡିଆ ପୁନର୍ବାର ଘରକୁ ଫେରିଲା । ବିତମନ୍ତ୍ରି ନିର୍ମଳା ସୀତା ରମନ୍ , କମର୍ସ ମନ୍ତ୍ରୀ ପୀୟୂଷ ଗୋୟଲ୍ ଓ ଏବିଏସନ୍ ମନ୍ତ୍ରୀ ଜ୍ୟୋତିରଆଦିତ୍ୟ ସିନ୍ଧିଆ ଏହି ଡିଲ୍ ରେ ମୋହର ଲଗାଇ ଥିଲେ ।
୧୯୩୨ ରେ ଜେ ଆର୍ ଡି ଟାଟା ଦେଶରେ ଟାଟା ଏୟାର ଲାଇନ୍ ର ଆରମ୍ଭ କରିଥିଲେ , କିନ୍ତୁ ଦ୍ଵିତୀୟ ବିଶ୍ବ ଯୁଧ ପରେ ବିଶ୍ଵର ଏବିଏସନ୍ ସେକ୍ଟର ଖୁବ୍ ପ୍ରଭାବିତ ହୋଇଥିଲା । ଏହି ଅସୁବିଧା ରୁ ବାହାରିବା ପାଇଁ ଯୋଜନା ଆୟୋଗ ନିଷ୍ପତି ନେଇଥିଲେ ଯେ ସମସ୍ତ ଏୟାର ଲାଇନ୍ କୁ ରାଷ୍ଟ୍ରୀୟ କରଣ କରାଯାଉ ।
ମାର୍ଚ୍ଚ ୧୯୫୩ ରେ ସଂସଦ ରେ ଏୟାର କର୍ପୋରେସନ ଆକ୍ଟ୍ ପାସ୍ କରାଗଲା । ଏଥିରେ ଟାଟା ଏୟାର ଲାଇନ୍ ମଧ୍ୟ ସାମିଲ ଥିଲା , ସମସ୍ତ କମ୍ପାନୀ କୁ ମିଶାଇ ଇଣ୍ଡିଆନ୍ ଏୟାର ଲାଇନ୍ ଓ ଏୟାର ଇଣ୍ଡିଆ ତିଆରି କରାଗଲା । ସମୁଦାୟ ୮ଟି ଏୟାର ଲାଇନ୍ କୁ ରାଷ୍ଟ୍ରୀୟ କରଣ କରାଯାଇଛି । ଏୟାର ଇଣ୍ଡିଆ କୁ ଇଣ୍ଟର ନେସନାଲ ଓ ଇଣ୍ଡିଆନ୍ ଏୟାର ଲାଇନ୍ କୁ ଡୋମେଷ୍ଟିକ୍ ଦାୟିତ୍ଵ ଦିଆଗଲା । ୬୮ ବର୍ଷ ପରେ ପୁଣି ଥରେ ଟାଟା ଗ୍ରୁପ୍ କୁ ଫେରି ଆସିଲା ।
୧୫ ଅକ୍ଟୋବର ୧୯୩୨ ରେ ଭାରତରେ ପ୍ରଥମ ଥର ଫ୍ଲାଇଟ୍ ଉଡ଼ି ଥିଲା , କରାଚୀ ରୁ ବମ୍ବେ । ଏହି ଉଡାଣର ପାଇଲଟ୍ ଥିଲେ ଜେ ଆର୍ ଡି ଟାଟା । ଏହା ଏକ କର୍ଗୋ ପ୍ଲେନ୍ ଥିଲା । ଏହା ପୂର୍ବରୁ ୧୯୧୧ ରେ ପ୍ରଥମଥର ପାଇଁ ଆଲହାବାଦ୍ ରେ ୯ କିଲୋମିଟର ପର୍ଯ୍ୟନ୍ତ ଗୋଟିଏ ପ୍ଲେନ ଟ୍ରାଏଲ୍ ରେ ଉଡ଼ି ଥିଲା । ୧୯୪୬ ରେ ଟାଟା ଏୟାର ଲାଇନ୍ ର ନାମ ଏୟାର ଇଣ୍ଡିଆ କରାଗଲା । ୧୯୪୮ ରେ ପ୍ରଥମଥର ଇଣ୍ଟାର ନେସନାଲ ଫ୍ଲାଇଟ୍ ଉଡାଣ ଭରି ଥିଲା । ଏହି ଉଡାଣ ବମ୍ବେ ରୁ ଲଣ୍ଡନ ଥିଲା ।
Shares