Odisha news

ବାଲିଗୁଡା ରେ ପାରମ୍ପରିକ ଠାକୁରାଣୀ ଯାତ୍ରା ଆୟୋଜିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଖେମୁଣ୍ଡି ଅଞ୍ଚଳରେ ପାରମ୍ପରିକ ଠାକୁରାଣୀ ଯାତ୍ରା ଆୟୋଜିତ ହେଉଛି  l ବାଲିଗୁଡା ଉପଖଣ୍ଡ ର ବାଲିଗୁଡା ମହାଶିଙ୍ଘି, ସାରଙ୍ଗଡ଼ କୁଡୁତୁଲି, ଖମନଖୋଲ,  କିରିକୁଟି, ବୁଡ଼ାଗୁଡା, ପୁଇଗୁଡ଼ା ଗଦାପୁର,ପୁସାଙ୍ଗିଆ ଆଦି ଅଞ୍ଚଳରେ ଏହିଯାତ୍ରା କେଉଁ ଆବାହନ କାଳରୁ ହୋଇଆସୁଛି l
ଏହି ଯାତ୍ରାରେ ସମସ୍ତ ଆଦିବାସୀ ଓ ଅଣଆଦିବାସୀ ମିଳିତ ଭାବେ ଏହି ଯାତ୍ରା କରିଥାନ୍ତି l ମାନସିକଧାରୀ ନିର୍ଜଳା ଉପବାସ ରହି ମାଆ ଙ୍କୁ ଆବାହନ କରି ଅରୁଆ ଚାଉଳ ମନ୍ଦାର ଫୁଲ ଧୂପ ଦୀପ ନୈବେଦ୍ୟ ପଣାଦେଇ ପୂଜାର୍ଚନା କରନ୍ତି l ମାଆ ପରମ୍ପରିକ ବୀର ବାଦ୍ୟର ତାଳେ ତାଳେ ମାଆ ଙ୍କୁ ମୁଣ୍ଡାଇ ଯାନୀ ଦେହେରୀ ପୂଜକ ପରିଭ୍ରମଣ କରନ୍ତି l ଗ୍ରାମବାସୀ ମାନସିକ ଧାରୀ ମାଆଙ୍କୁ ବନ୍ଦାପନା କରନ୍ତି ପରେ ଗାଁ ମୁଣ୍ଡରେ ମାଆ ଙ୍କୁ ବିସର୍ଜନ କରନ୍ତି l ଏହିଯାତ୍ରା କଲେ ଗାଁରେ ବସନ୍ତରୋଗ ଭଲ ହୁଏ l ଗୃହ ପାଳିତ ପଶୁଗାଈ ଗୋରୁଙ୍କୁ ଫାଟୁଆ ରୋଗ ହୁଏ ନାହିଁ  l ଗାଁ ରେ ବିପତ୍ତି ପଡେ ନାହିଁ, ଅଞ୍ଚଳରେ ଶାନ୍ତି ବିରାଜମାନ କରେ ବୋଲି କେଉଁ ଆବାହ ମାନ କାଳରୁ  ବିଶ୍ୱାସ ରହିଛି l

Comments are closed.